ଭୂବନେଶ୍ୱରରେ ପହଁଚିଲେ ଆର୍ଜେଣ୍ଟିନା ଦଳ, ସୁରକ୍ଷା ବ୍ୟବସ୍ଥା କଡାକଡି

0

(ଆଦର୍ଶ ରାଉତ): ହକି ପାଇଁ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର । ପୂରା ରାଜଧାନୀ ସଜେଇ ହୋଇଛି । ବିଭିନ୍ନ ପ୍ରକାର ଆଲୋକ ସନ୍ଧ୍ୟାରେ ରାଜଧାନୀର ସୌନ୍ଦର୍ୟ୍ୟକୁ ଦ୍ୱିଗୁଣିତ କରିଛି ।

ହକି ବିଶ୍ୱକପ୍ ଦୁନିଆର ଶ୍ରେଷ୍ଠ ୧୬ଟି ଦଳକୁ ନେଇ ଅନୁଷ୍ଠିତ ହେବ । ଏଥିପାଇଁ ଆଜିଠାରୁ ଓଡିଶାକୁ ଦଳମାନଙ୍କର ଆଗମନ ଆରମ୍ଭ ହୋଇଯାଇଛି । ବିଶ୍ୱକପ୍ ଆରମ୍ଭ ହେବାକୁ ୬ଦିନ ବାକି ଥିବା ବେଳେ ପ୍ରଥମ ଦଳ ଭାବେ ଆର୍ଜେଣ୍ଟିନା ଆସି ଭୁବନେଶ୍ୱରରେ ପହଞ୍ଚିଛି । ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ କ୍ରୀଡା ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ସେ ରହିବା ହୋଟେଲ ର ମଧ୍ୟ ସୁରକ୍ଷା ବ୍ୟବସ୍ତା କଡାକଡି ଭାବେ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସତ୍ୟଜିତ ମହାନ୍ତି ।