ନୂଆଦିଲ୍ଲୀ : ପାକିସ୍ତାନ ଗୁଇନ୍ଦା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ ନେଇ ସେନାରୁ ମେଜରଙ୍କୁ ନିଲମ୍ବିତ କଲେ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଷ୍ଟ୍ରାଟେଜିକ ଫେର୍ସରେ ମୁତୟନ ଥିବା ସେନାର ବଡ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ମହାମହିମ ରଷ୍ଟ୍ରପତି । ୩୧ ଅକ୍ଟୋବରରେ ପ୍ରତିରକ୍ଷା ବିଭାଗର ବସିଥିଲା ଉଚ୍ଚସ୍ତରୀୟ କମିଟି ଯାଞ୍ଚ ବୈଠକ । ସେଥିରେ ଏସସିଏଫ୍ ମେଜର ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହା ପରେ ରଷ୍ଟ୍ରପତି ମୁର୍ମୁ ତାଙ୍କୁ ନିଲମ୍ବିତ କରିଛନ୍ତି ।
ତଦନ୍ତ ଘେରରେ ଅନ୍ୟ ସେନା ଅଧିକାରୀ ଥିବା ସୂଚନା ରହିଛି । ପ୍ରତିରକ୍ଷା ବିଭାଗ ପକ୍ଷରୁ ଗତବର୍ଷ ମାର୍ଚ୍ଚ ମାସରୁ ଯାଞ୍ଚ ଆରମ୍ଭ ହୋଇଥିଲା । ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରାଯାଉଥିବା ସୂଚନା ମିଳିଥିଲା । ଆଉ ଏହି ହ୍ୱାଟ୍ସଆପ୍ ଗ୍ରୁପ୍ରେ ପାକିସ୍ତାନର ଗୁଇନ୍ଦ ବିଭାଗର କିଛି ବ୍ୟକ୍ତି ରହିଥିବା ପ୍ରମାଣ ମିଳିଛି । ଦେଶର ସୁରକ୍ଷା ବ୍ୟବସ୍ଥାକୁ ହାନୀ ପହଁଚାଇବା ନେଇ ମେଜରଙ୍କୁ ସେବାରୁ ବରଖାସ୍ତ କରାଯାଇଛି ।