ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଶ୍ରୀଜୀଉଙ୍କ ଧାଡି ଦର୍ଶନ ବ୍ୟବସ୍ଥା : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

0

ପୁରୀ :  ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଶ୍ରୀଜୀଉଙ୍କ ଧାଡି ଦର୍ଶନ ବ୍ୟବସ୍ଥା। । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।  ଧାଡ଼ି ଦର୍ଶନ ପାଇଁ ସବୁକିଛି ବ୍ୟବସ୍ଥା କରାଯାଇଛି । ଚଳିତ ସପ୍ତାହରେ ଶ୍ରୀମନ୍ଦିର ମ୍ୟାନେଜିଙ୍ଗ କମିଟି ଗଠିତ ହୋଇଯିବ । କମିଟି ହେଲାପରେ ନାଟମ ଣ୍ଡପ ଭିତରେ ଥିବା ହୁଣ୍ଡିର ସ୍ଥାନାନ୍ତର ପ୍ରକ୍ରିୟା ହେବ । ହୁଣ୍ଡି ସ୍ଥାନାନ୍ତର ପାଇଁ ମ୍ୟାନେଜିଙ୍ଗ କମିଟି ଓ ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି । ଅନୁମତି ମିଳିବା ପରେ ହୁଣ୍ଡି ସ୍ଥାନାନ୍ତର ହେବ ଓ ତୁରନ୍ତ ଧାଡ଼ି ଦର୍ଶନ ବ୍ୟବସ୍ଥା ଏହି ମାସ ଶେଷ ସୁଦ୍ଧା ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।