(ପ୍ରିୟଦର୍ଶନୀ ସ୍ୱାଇଁ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବାମରା ବନ୍ୟପ୍ରାଣୀ ରେଞ୍ଜ ଅଧୀନରେ ବାଘ ଛାଲ ଜବତ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବନବିଭାଗ । ଅଭିଯୁକ୍ତ ଜଣକ ହେଉଛି ମଧୁସୂଦନ ସାହୁ(୩୬) । ଗିରଫ କରି ପୋଲିସ ପଚରାଉଚରା ଜାରି ରଖିଛି ।
ସୂଚନାନୁଯାୟୀ,ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବାମରା ବନ୍ୟପ୍ରାଣୀ ରେଞ୍ଜ ଅଧୀନ ରାମପୁର ଡ଼ିଭିଜନରୁ ଏକ ବାଘ ଛାଲ ଜବତ କରିଛି ବନବିଭାଗ । ଜବତ ଛାଲଟି କଲରାପତ୍ରିଆ ବାଘ(ଲିଓପାର୍ଡ଼)ର ବୋଲି ସୂଚନା ମିଳିଛି । ତେବେ ଏହି ଘଟଣାରେ ଆଉ କିଏ ସଂପୃକ୍ତି ରହିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ଆଞ୍ଚଳିକ ବନ ସଂରକ୍ଷକ ଚିତ୍ତରଂଜନ ମିଶ୍ର ସୂଚନା ଦେଇଛନ୍ତି ।