ଲୁଟେରାକୁ ମାଡ଼ି ବସି ଧରିଲେ କନେଷ୍ଟବଳ

0

(ପ୍ରିୟଦର୍ଶନୀ ସ୍ୱାଇଁ): ମହଙ୍ଗା ପଡ଼ିଲା ଲୁଟ କରିବା । ସାଧାରଣ ମହିଳା ଭାବି ଚେନ ଝାମ୍ପି ନେଉଥିଲେ ଦୁବୃର୍ତ୍ତ ଲୁଟେରା । କିନ୍ତୁ ମାଡିବସିଲେ ପୋଲିସ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାଲଗୋଦାମ ଥାନା ଅଧୀନରେ । ମାଲଗୋଦାମ ଥାନାରୁ ଜଣେ ମହିଳା ବାହାରିବା ପରେ ଲୁଟେରା ପିଛା କରିଥିଲେ । ସୁଯୋଗ ପାଇବା ମାତ୍ରେ ଲୁଟ କରିବାକୁ ଉଦ୍ୟମ କରିଥିଲା ଦୁବୃର୍ତ୍ତ । ଏଥିରେ କିନ୍ତୁ ସଫଳ ହେବା ପରିବର୍ତ୍ତେ ମହିଳା ଜଣକ ଚୋରକୁ କାବୁ କରିଦେଇଥିଲେ । ମହିଳା ଜଣକ ଥିଲେ ଜଣେ ପୋଲିସ କର୍ମଚାରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୁଟେରାକୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ମାଲଗୋଦାମର ଜଣେ କାର୍ଯ୍ୟରତ ମହିଳା କନେଷ୍ଟବଳ ହେଉଛନ୍ତି ଗୀତାଞ୍ଚଳି ଜେନା । ଥାନାରୁ କୌଣସି କାରଣରୁ ବାହାରିବା ପରେ ତାଙ୍କୁ ଲୁଟରା ପିଛା କରିଥିଲେ । ଶେଷରେ ଚେନଟିକୁ ଛିଣ୍ଡ।।ଇ ନେବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ କନେଷ୍ଟବଳ ମହିଳାଜଣକ ତାକୁ ରାସ୍ତାରେ ମାଡ଼ି ବସିଥିଲେ । ଫଳରେ ଘଟଣା ସ୍ଥଳରେ ସ୍ଥାନୀୟଲୋକେ ପହଞ୍ଚି ବହେ ଛେଚିଲା ପରେ ପୋଲିସରେ ଜିମା ଦେଇଛନ୍ତି ।