ଧରାପଡ଼ିଲା ସାଇକୋ କିଲର

0

(ପ୍ରିୟଦର୍ଶନୀ ସ୍ୱାଇଁ): ଗତ ଦୁଇ ଦିନ ଭିତରେ ସାଇକୋ କିଲର ଦ୍ୱାରା ୩ଜଣଙ୍କ ହତ୍ୟା ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି । ସାଇକୋକିଲର ଓ ପୋଲିସର ଛକାପଞ୍ଝା ମଧରେ ପୋଲିସ ବାଜିମାତ କରି ନେଇଛି । କଟକରେ ଆତଙ୍କ ଖେଳାଇ ଥିବା ସାଇକୋ କିଲରକୁ ଗିରଫ କରିଛି ପୋଲିସ । ୩ଜଣଙ୍କୁ ହତ୍ୟା କରିବା ସହ ଜଣେ ମହିଳାଙ୍କୁ ଆକ୍ରମଣ କରି ଫେରାର ଥିବା ସାଇକୋ କିଲର ଶେଷରେ ଧରା ପଡ଼ିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡ଼ିସିପି ଅଖିଳେଶ୍ୱର ସିଂହ । ସାଇକୋ କିଲର ଜଣକ ହେଉଛି ଗଞ୍ଜାମ ଜିଲ୍ଲାର ନାରାୟଣ ସାହୁ । ଅଭିଯକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ୫ଟି ଟିମ ଗଠନ ହୋଇଥିଲା ।
ସୁଚନାନୁଯାୟୀ, ପୁର୍ବରୁ ପୋଲିସ ଗଞ୍ଜାମ, ପୁରୀ, ଭଦ୍ରକ, ବାଲେଶ୍ୱର, କଟକରେ ତଦନ୍ତ ଜାରି ରଖିଥିଲା । ୬ଦିନର ଲଗାତର ମାନସ ମନ୍ଥନ ଓ ତଦନ୍ତ ପରେ କମିଶନରେଟ ପୋଲିସ ହତ୍ୟାକାରୀ ସମ୍ପର୍କରେ ସୂଚନା ପାଇଥିଲା ।