ବାଣ କାରଖାନାରେ ବିସ୍ଫୋରଣ: ଗଲା ୨ ଜୀବନ

0

ନୂଆଦିଲ୍ଲୀ: ବାଣ କାରଖାନାରେ ବିସ୍ଫୋରଣ , ଚାଲିଗଲା ଦୁଇ ଜୀବନ। ଏଭଳି ଘଟଣା ଘଟିଛି ତାମିଲନାଡୁର ଥୁଥୁକୁଡି ଜିଲ୍ଲା ନାଜରେଥ ନିକଟରେ ଥିବା ଏକ ବେଆଇନ ବାଣ କାରଖାନାରେ । ଏଥିରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ମହିଳାଙ୍କ ସମେତ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ତେବେ ମୃତକ କନ୍ନନ ଏବଂ ବିଜୟ ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଛି, ତାହା ବର୍ତ୍ତମାନ ପର୍ୟ୍ୟନ୍ତ ଜଣାପଡିନାହିଁ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।