ବଡପଣ୍ଡା ବିବାଦ

0

(ମମତା ସାମଲ)ରିପୋର୍ଟସଟୁଡେ: ଜଗତସିଂହ ଜିଲ୍ଲା ଝଙ୍କଡବାସିନୀ ମାଁ ଶାରଳାଙ୍କ ପୀଠରେ ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ର ପୂଜାକୁ ନେଇ ବଡପଣ୍ଡା ବିବାଦର ଆପୋସ ସମାଧାନ ହୋଇଛି । ଦେବୋତ୍ତର ଅତିରିକ୍ତ କମିଶନଙ୍କ ଆଦେଶକୁ ମାନିବାକୁ ଜିଲ୍ଲାପାଳ କହିଛନ୍ତି । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଦୁଇ ଜଣ ପାଳି ଅନୁଯାୟୀ ବଡ଼ପଣ୍ଡା ଭାବେ କାର୍ୟ୍ୟ ତୁଲାଇବେ । ସେବାପୂଜାରେ ବ୍ୟାହତ ହେଲେ ଜନମତ ନେଇ ବଡ଼ପଣ୍ଡା ପଦ ଉଚ୍ଛେଦ କରାଯିବା ନେଇ ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି ।