ଶୋଇବାରେ ବାଧା ଦେଲେ କରିପାରିବେ କେସ୍

0

ନିଦ ଭଲ ହେଲେ ଶରୀର ମନ ସୁସ୍ଥ ରହେ । ସେଥିପାଇଁ ଭଲ ନିଦ ସମସ୍ତେ ଚାହାଁନ୍ତି । ହେଲେ ଆଜିର ବ୍ୟସ୍ତବହୁଳ ଜୀବନରେ ଭଲ ନିଦ ହେବା ଓ ଶୋଇବା ଏକ ବଡ ସମସ୍ୟା ହେଇଗଲାଣି । ଖାଲି ଚାକିରିଆ କ୍ଷେତ୍ରରେ ନୁହେଁ ବ୍ୟବସାୟୀ ହୁଅନ୍ତୁ କି ଘରେ ରହୁଥିବା ବ୍ୟକ୍ତି ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଲାଗି ରହିଛି। ତେଣୁ ଏଭଳି କ୍ଷେତ୍ରରେ ଭଲ ନିଦ ହେବା ବହୁତ ଦୂରର କଥା। ଭଲରେ ଶୋଇବା ଆପଣଙ୍କ ମୌଳିକ ଅଧିକାର । ଯଦି କେହି ଆପଣଙ୍କୁ ଶୋଇବାର ମୌଳିକ ଅଧିକାର ରେ ମନା କରନ୍ତି କି ବାଧା ଦିଅନ୍ତି ଆପଣଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ ।

ଏପରି କିଛି ନିୟମ ଅଛି ଧାରା ୨୧ରେ । Article 21ରେ ରହିଛି ପ୍ରତ୍ୟେକ ନାଗରିକଙ୍କୁ ବିନା କୌଣସି ବାଧାବିଘ୍ନରେ ଶାନ୍ତିରେ ଶୋଇବାର ଅଧିକାର ଦିଆଯାଇଛି । ଧାରା ୨୧- ‘ଜୀବନ ଓ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଅଧିକାର(Right To Life and Personal Libery)’ ଅଧିନରେ ଶୋଇବା ଅଧିକାରକୁ ମୌଳିକ ଅଧିକାର ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ସମ୍ବିଧାନର ଧାରା ୨୧ ଅନୁଯାୟୀ, ଆଇନ୍ ଦ୍ୱାରା ପ୍ରଣୟନ ନିୟମ ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ତାଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରାଯାଇପାରିବନି।