ଫନି କ୍ଷୟକ୍ଷତିର ଉତ୍ତର ରଖିଲେ ମନ୍ତ୍ରୀ ଆରୁଖ

0

(ଆଦର୍ଶ ରାଉତ) ଭୁବନେଶ୍ୱର: ଫନି ବାତ୍ୟାରେ ରାଜଧାନୀର ସର୍ବାଧିକ ବୃକ୍ଷ କ୍ଷୟକ୍ଷତି ହୋଇଥିବାକୁ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବହନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଜି ପ୍ରଶ୍ନକାଳରେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ପ୍ରଶ୍ନ କରିଥିଲେ ଯେ ଫନି ବାତ୍ୟାରେ କେତେ ପରିମାଣର ଜଙ୍ଗଲ କ୍ଷୟକ୍ଷତି ହୋଇଛି ଓ ବନୀକରଣ ପାଇଁ ବିଭାଗ ଦ୍ୱାରା କଣ ନିଆଯାଇଛି । ଏହାର ଉତ୍ତରରେ ମନ୍ତ୍ରୀ ତଥ୍ୟ ଦେଇଛନ୍ତି କି, ଭୁବନେଶ୍ୱରରେ ଫନି ବାତ୍ୟାରେ ଏକ ଲକ୍ଷରୁ ଉଦ୍ଧ୍ୱର୍ ଗଛ ନଷ୍ଟ ହୋଇଥିଲା । ପୁରୀ ଜିଲ୍ଲାରେ ୪୦ ପ୍ରତିଶତ ନଷ୍ଟ ହୋଇଛି । ଏହି ସବୁ କ୍ଷତିର ଭରଣ ପାଇଁ ବିଭାଗ ତରଫରୁ ପଦକ୍ଷେପ ନିଆଯାଇଛି ।