ଅରୁଣା ତରଫରୁ ଅସହାୟଙ୍କୁ ରାସନ ସାମଗ୍ରୀ ପ୍ରଦାନ

0

ଗଞ୍ଜାମ (ହରପ୍ରସାଦ ବିଷୋୟୀ)– ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅସହାୟମାନଙ୍କୁ ରାସନ ସାମଗ୍ରୀ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କର କର କମଳରେ ପ୍ରଦାନ କରାଯାଇଛି ।ବାପା ଓ ମା ଙ୍କୁ ହରାଇଥିବା ୧୮ ବର୍ଷ ରୁ କମ ବୟସ ର ପିଲା ଙ୍କୁ ଏହି ସାମଗ୍ରୀ ପ୍ରଦାନ କରାଯାଇଛି । ଆଜି ଏହି ବ୍ଲକ ର ୧୧୫ ଜଣ ଙ୍କୁ ୨୪ ସହ ଟଙ୍କା ଲେଖାଏଁ ର ସାମଗ୍ରୀ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ବଂଚିତ ଥିବା ସମସ୍ତ ଅସହାୟ ପିଲାଙ୍କୁ ପ୍ରଦାନ କରାଯିବ ବୋଲି ଅରୁଣା ର ସମ୍ପାଦକ ସଦସ୍ୟ ସୌଦାମିନି ରଥ କହିଛନ୍ତି। ଏଥିରେ ବ୍ଲକ ସଭାପତି ବିଜୟ କୁମାର ଦୋରା, ସିଡ଼ିପିଓ ସନ୍ଧ୍ୟା ରାଣୀ ପାଣିଗ୍ରାହୀ , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, ସମାଜ ସେବି ମହେଶ୍ୱର ବରାଡ ଯୋଗଦେଇ ଥିବା ବେଳେ ପ୍ରମୋଦ କୁମାର ଜେନା ପରିଚାଳନା କରିଥିଲେ ।