ଭୁବନେଶ୍ୱର: ଆକାଶ ପାଠକଙ୍କ ସହ ଅରୂପ ପଟ୍ଟନାୟକ ଚାର୍ଟର ଫ୍ଲାଇଟରେ ଯାତ୍ରା କରିଥିଲେ । ଏହା ଜନ ବିରୋଧୀ କି ନାହିଁ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏନେଇ ଗଣମାଧ୍ୟମର ପ୍ରଶ୍ନରେ ଚିହଁକି ଉଠିଲେ ବଜେଡି ନେତା ଅରୂପ ପଟ୍ଟନାୟକ । ଏହି ପ୍ରଶ୍ନର କୌଣସି ଉତ୍ତର ଦେବାକୁ ରୋକଠୋକ ମନାକରିଛନ୍ତି ଏହି ବିଜେଡି ନେତା । ଆଜି ଏକ ରକ୍ତଦାନ କାର୍ଯ୍ୟକ୍ରମରେ ଅରୂପ ପଟ୍ଟନାୟକଙ୍କୁ ଗଣମାଧ୍ୟମ ପ୍ରତିନିଧି ଏ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ ।
ରକ୍ତଦାନ ଶିବିରରେ ଅରୂପଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିଥିଲେ ଦଳରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା କାହିଁକି ଆପଣଙ୍କୁ ଟାର୍ଗେଟ କଲେ? ସେ କହିଥିଲେ କିଏ କ’ଣ କଲା ତାହା ତଦନ୍ତ ଚାଲିଛି। ମୁଁ ଜଣେ ପୂର୍ବତନ ପୁଲିସ୍ ଅଧିକାରୀ। ତେଣୁ ତଦନ୍ତ ବେଳେ କିଛି ମନ୍ତବ୍ୟ ଦେବା ଅନୁଚିତ । ଏହା ବ୍ୟତୀତ ଆକାଶ ପାଠକଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ହୋଇଥିବା ପ୍ରଶ୍ନରେ ସେ କୌଣସି ଉତ୍ତର ଦେବାକୁ ମନା କରିଦେଇଥିଲେ ।