ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା । କୋର୍ଟରୁ ତାଙ୍କୁ ମିଳୁନି ଆଶ୍ୱସ୍ତି । କୋର୍ଟ ତାଙ୍କ ମଧ୍ୟବର୍ତ୍ତିକାଳିନ ଜାମିନ ଆବେଦନ ଉପରେ ନିଜର ନିଷ୍ପତ୍ତି ଶୁଣାଇ ନାହାନ୍ତି । ଏହି ଆବେଦନ ଉପରେ ଜୁନ ୫ ତରିଖରେ ରାୟ ପ୍ରଦାନ କରିବେ । ଫଳରେ ଆସନ୍ତାକାଲି (ଜୁନ୍ ୨)ରେ କେଜ୍ରିୱାଲଙ୍କୁ ତିହାର ଜେଲ୍ ଫେରିବାକୁ ପଡ଼ିବ।
ସୂଚନା ଅନୁଯାୟୀ, ମେଡିକାଲ୍ ଆଧାରରେ କେଜ୍ରିୱାଲ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଆଉ ୭ ଦିନ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ଏ ଉପରେ ତୁରନ୍ତ ଶୁଣାଣି କରିପାରିବେ ନାହିଁ ବୋଲି ମନା କରିଦେଇଥିଲେ। ଏହାପରେ ତଳ କୋର୍ଟକୁ ଯାଇଥିଲେ କେଜ୍ରିୱାଲ। ଗତକାଲି ଓ ଆଜି ବିଚାର କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ପରବର୍ତ୍ତୀ ସମୟରେ ଏ ଉପରେ ରାୟ ଆସିବ। କିନ୍ତୁ ଆଜି କେଜ୍ରିୱାଲଙ୍କ ଜାମିନ କଣ୍ଟ ସରୁଥିବାରୁ ଆସନ୍ତାକାଲି ତାଙ୍କୁ ଜେଲରେ ହାଜର ହେବାକୁ ପଡ଼ିବ। ଦିଲ୍ଲୀ ମଦ ନୀତିରେ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କୁ ମାର୍ଚ୍ଚରେ ଗିରଫ କରାଯାଇଥିଲା।