ଇନ୍ଧନ ଶେଷ ହୋଇଯିବାରୁ ଜଙ୍ଗଲରେ ଲ୍ୟାଣ୍ଡ କଲା ବିମାନ

0

ବ୍ୟୁରୋ: ଜଙ୍ଗଲରେ ଲ୍ୟାଣ୍ଡ କଲା ବିମାନ  । କଥାଟି ଅଜବ ଲାଗୁଥିଲେବି ସତ  । ଏମିତି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଋଷରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେହି  ବିମାନରେ  ଯାତ୍ରା କରୁଥିଲେ ୧୬୭ ଜଣ ଯାତ୍ରୀ ।  ଆପଣ ମାନେ ସମସ୍ତେ ଜାଣି ଥିବେ ଏରୋପ୍ଲେନ ମନ ଇଛା କେଉଁଠି ଲ୍ୟାଣ୍ଡ କରିପାରିବ ନହିଁ । ସେଥି ପାଇଁ ନିଦ୍ଧଷ୍ଟ  ବିମାନ ବନ୍ଦରର ବ୍ୟବସ୍ଥା କରାଯାଇଥାଏ ।  ପ୍ଲେନରେ ଲାଗିଥିବା ଯନ୍ତ୍ରପାତି କାରଣରୁ ଏହା ସବୁଠି ଲ୍ୟାଣ୍ଡ କରିବା ଅସମ୍ଭବ। ଆଉ ଯଦି ବି ଲ୍ୟାଣ୍ଡ କରୁଛି ତେବେ କ୍ରାସ ହେବାର ସମ୍ଭାବନା ରହିଥାଏ । କିନ୍ତୁ ଋଷିଆର ଏହି ପ୍ଲେନ ଖୋଲା ଜମିରେ ଅବତରଣ କରିଥିବାର ଭଡିଓ ଦେଖି ଏବେ ସମସ୍ତେ ଆଶ୍ଚର୍ଯ୍ୟ ।

ସୂଚନା ଅନୁଯାୟୀ, ଉଡ଼ାଣ ଭରିବା ସମୟର ମଧ୍ୟ ଭାଗରେ ଇନ୍ଧନ ଶେଷ ହୋଇଯିବାରୁ ଏହି ବିମାନ ଖୋଲା ସ୍ଥାନରେ ଜରୁରୀକାଳୀନ ଅବତରଣ କରିଛି। ଋଷିଆରେ ଏଭଳି ଘଟଣା ଘଟିଯାଇଛି । ଉଡ଼ାଣ ଭରିବା ସମୟରେ ବୈଷୟିକ ସମସ୍ୟା ହେତୁ ଏହି ବିମାନ ଖୋଲାସ୍ଥାନରେ ଜରୁରୀକାଳୀନ ଅବତରଣ କରିଥିଲା ସେଥିରେ ପ୍ରାୟ ୧୬୭ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ହେଲେ ବିମାନ ଜରୁରୀକାଳୀନ ଅବତରଣ କରିବା ସମୟରେ କାହାର କ୍ଷତି ହୋଇନଥିବା ଜଣାପଡିଛି ।