ଗାଁକୁ ପକ୍କା ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ : ଚାଲିଗଲା ଯୁବକଙ୍କ ଜୀବନ

0

ବନବାସୀ ପ୍ରଧାନ / ବାଲିଗୁଡା: ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହୋଇ ମେଡିକାଲ ଗଲେ ରୋଗୀ । ଏଭଳି ଘଟଣା କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ବାଡିପଙ୍ଗା ଗାଁରେ । ସୂଚନା ଅନୁଯାୟୀ,
ଗାଁକୁ ପକ୍କା ରାସ୍ତା ନଥିବାରୁ ପହଞ୍ଚି ପାରି ନଥିଲା ଆମ୍ବୁଲାନ୍ସ ବାଧ୍ୟହୋଇ ଶେଷରେ ଗ୍ରାମବାସୀ ଏକ ଖଟିଆରେ ଶ୍ରୀକାନ୍ତଙ୍କୁ ବୋହି ଆଣି କୋଟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଶ୍ରୀକାନ୍ତ ମୃତ୍ୟୁ ବରଣ କରିଥିଲେ କୁହାଯାଉଛି । ଫଳରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି କ୍ଷ ଆଜି ଦୁର୍ଗାପାଙ୍ଗା ଗ୍ରାମ ପଞ୍ଚାୟତ ବାଡିପାଂଗା ଗାଁର ବାୟା ରାଇତଙ୍କ ୨୫ ବର୍ଷୀୟା ପୁଅ ଶ୍ରୀକାନ୍ତ ରଇତଙ୍କ ଅକାଳରେ ଜୀବନ ଚାଲିଯାଇଛି କ୍ଷ ଶ୍ରୀକାନ୍ତଙ୍କ ଦେହ ଖରାପ ହେବାରୁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ରାସ୍ତା ଖରାପ ଯୋଗୁଁ ଶ୍ରୀକାନ୍ତଙ୍କୁ ତିନି କିମି ଖଟିଆରେ ବୋହିକି ନେବା ପରେ ଆମ୍ବୁଲାନ୍ସ ଯୋଗେ କୋଟଗଡ ଚିକିତ୍ସାଳୟ ପହଞ୍ଚିଥିଲା । ଚିକିତ୍ସା ପାଇବାରୁ ବିଳମ୍ବ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ରହିଥିବା ବେଳେ ରାସ୍ତା ଥିଲେ ହୁଏତ ତାଙ୍କ ଜୀବନ ବଞ୍ଚି ଯାଇଥାଆନ୍ତା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି କ୍ଷ ସୂଚନାଯୋଗ୍ୟ କୋଟଗଡ଼ ବ୍ଲକର ଦୁର୍ଗାପାଙ୍ଗକ୍ଷ ଗ୍ରାମ ପଂଚାୟତରେ ରାସ୍ତା କାମ ନାଁରେ କୋଟିଏରୁ ଉର୍ଦ୍ଧ୍ବ ଘୋଟାଲା ହୋଇଛି ବୋଲି ପୂର୍ବରୁ ଅନେକ ଥର ଅଭିଯୋଗ ଆସିଛି । ସ୍ଥାନୀୟ ପ୍ରଶାସନ ନିଘା ନାହିଁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରେ ପୂର୍ବରୁ ଦାବି ହୋଇଛି ।