କାଳ ବୈଶାଖୀ ପ୍ରଭାବରେ ଉଡ଼ିଲା ଛପର , ଗଲା ୫ ଗାଇର ଜୀବନ

0

କଲ୍ୟାଣସିଂହପୁର / ସନ୍ତୋଷ କୁମାର ଲମତା: ତାତିରେ ହନ୍ତସନ୍ତ ହେଉଛନ୍ତି ସାରା ରାଜ୍ୟ ବାସୀ । ସେପଟେ ୪୦ ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ତାତି ସାଙ୍ଗକୁ ଗୁଳୁଗୁଳିରେ କଲବଲ ହେଉଛନ୍ତି ଲୋକ । ସେପଟେ ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ବିଭିନ୍ନ ସ୍ଥାନ ରେ କାଳବୈଶାଖୀ ଜନିତ ବର୍ଷାରେ ତ୍ରାହି ପାଇଛନ୍ତି ଅଞ୍ଚଳ ବାସୀ । କିନ୍ତୁ କାଳବୈଶାଖୀ ର ପ୍ରଭାବ ଘଡଘଡି ସହ ବର୍ଷା ଓ ପବନରେ ଅନେକ କ୍ଷେୟ କ୍ଷେତ୍ରି ହୋଇଛି । କେଉଁଠି କାହାର ଛପର ଉଡି ଯାଇଛି ତ କେଉଁ ବଶାଳ କାୟ ଗଛ ଭାଙ୍ଗି ରାସ୍ତା ଉପରେ ପଡିଛି ଯାହା ଫଳରେ ଯାତାୟତରେ ବାଧା ଶୃଷ୍ଟି ହୋଇଛି । ଏହା ସହ ନିରିହ ୫ ଗାଇଙ୍କ କାଳବୈଶାଖୀ ପ୍ରଭାବରେ ଜୀବନ ଚାଲିଯାଇଛି । ତେବେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଗଛ ଗୁଡ଼ିକୁ କଟି ହଟାଇ ବା ପରେ ଯାନ ବାହନ ଚଳାଚଳ ସ୍ବାଭାବିକ ହୋଇଥିଲା ଅନ୍ୟ ପଟେ କ୍ଷତି ଗ୍ରସ୍ତ ହୋଇଥିବା ପାରିବାର କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।