ଚିକାଗୋ: ଦେଶରେ ଅଧିକ ବେରୋଜଗାରୀ ସୃଷ୍ଟି ହେଲେ ଧର୍ମନାମରେ ଅଧିକ ରାଜନୀତି ଚାଲେ ବୋଲି ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି । ସଂପ୍ରତି ଭାରତରେ ସବୁଠାରୁ ବେକାରୀ ସମସ୍ୟା ଉଗ୍ର ରୂପ ଧାରଣ କରିଛି । ଦେଶର ରାଜନେତାମାନେ ଚାକିରି ଆଶାୟୀଙ୍କ ମନରେ ଧର୍ମାନ୍ଧତା ଓ ବିଭେଦାତ୍ମକ ବିଦ୍ୱେଷ ଭର୍ତ୍ତି କରିବାକୁ ଚାହିଁନ୍ତି । ଯାହା ଫଳରେ ଚାକିରି ଉପରୁ ସେମାନଙ୍କର ନଜର ହଟିଯିବ । ଏହାଛଡା ଦେଶରେ ଚାକିରି ବୃଦ୍ଧି ଉପରେ ଧ୍ୟାନ ଦେବା ପରିବର୍ତ୍ତେ ପୁରୁଣା ମନ୍ଦିର ମସଜିଦ ପୁନରୁଦ୍ଧାର ଉପରେ ଧ୍ୟାନ ଦିଆଯାଉଛି । ସଂପ୍ରତି ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ବେରୋଜଗାରୀର ହାର ଅଧିକ ରହିଥାଏ । ଯାହା ଅଧିକ ଅସମାନତା ଏବଂ ବିଭାଜନ ସୃଷ୍ଟି କରେ । ଯାହା ରାଜନେତାଙ୍କ ପାଇଁ ଅନୁକୂଳ ବୋଲି ସେ କହିଛନ୍ତି । ଭାରତକୁ ଏକ ଦୃଢ, ସ୍ଥାୟୀ ଏବଂ ଅଭିବୃଦ୍ଧିର ଏକ କାର୍ଯ୍ୟକ୍ରମ ଆବଶ୍ୟକ ଯାହା ମହିଳାଙ୍କ ସମେତ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଏକତ୍ର କରି ସେମାନଙ୍କୁ ସାଙ୍ଗରେ ନେଇଥାଏ । ଅଭିବୃଦ୍ଧି ସାମ୍ନାରେ ଭାରତୀୟ ଅର୍ଥନୀତି ଅତ୍ୟଧିକ ଖରାପ କାମ କରୁନାହିଁ ବୋଲି ଶ୍ରୀ ରାଜନ ଯୁକ୍ତି ବାଢିଛନ୍ତି । ସଂପ୍ରତି ଯଦି ଆମେ ଭାରତୀୟ ଅଭିବୃଦ୍ଧି ସଂଖ୍ୟା ଉପରେ ଧ୍ୟାନ ଦିଆଯାଏ, ତେବେ ମହାମାରୀ ସମୟରେ ନାଟକୀୟ ଅବନତି ବ୍ୟତୀତ ଆମେ ଅଧିକ ଖରାପ କାର୍ଯ୍ୟ କରୁନାହୁଁ। କିନ୍ତୁ ଯଦି ଆପଣ ଚିନ୍ତା କରିବେ ସାଉଦି ଆରବ ତୁଳନାରେ ମହିଳା ଶ୍ରମିକଙ୍କ ଅଂଶଗ୍ରହଣ ଅଧିକ ଖରାପ ରହିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଭାରତ ଖାଦ୍ୟ ଯୋଗାଇବା ଭଳି ଅନ୍ୟ ପ୍ରକାରର ସହାୟତା କରିବା ଉଚିତ୍ ଯାହା ପଡୋଶୀ ଦେଶର ଶୁଭେଚ୍ଛା ମଧ୍ୟ ରହିଥିବ ବୋଲି ଶ୍ରୀ ରାଜନ କହିଛନ୍ତି ।