ଲେଉଟିବ ଅସାନି : ସ୍ଥଳଭାଗରେ ରି-କର୍ଭ କରିବ ବାତ୍ୟା !
ବିଶାଖାପାଟଣା ଆସିବାକୁ ଥିବା ଏୟାର ଏସିଆ ବିମାନ ବାତିଲ କରାଯାଇଛି
ଭୁବନେଶ୍ୱର: ଟଳିଛି ବାତ୍ୟା ବିପଦ । ବାତ୍ୟା ପ୍ରଭାବରେ ପବନ କମ୍ ହେବ, ଅଧିକ ବର୍ଷିବ । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳର ମୋଟ ୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଦୁଇ ଦିନ ଧରି ବର୍ଷା ସମ୍ଭାବନା ଥିବାବେଳେ ଆଜି ସର୍ବାଧିକ ବର୍ଷା ହୋଇପାରେ।।ସେପଟେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ସମୁଦ୍ରରେ ରି-କର୍ଭ କରିବ ବାତ୍ୟା ଅସାନି । ବାତ୍ୟା ସ୍ଥଳଭାଗକୁ ଛୁଇଁବ ନାହିଁ ବୋଲି କହିଆସୁଛି ଆଇଏମଡି । ଆମେରିକାର ଏହି ପାଣିପାଗ ସଂସ୍ଥା ଆକଳନ କରିଛି ଯେ, ସ୍ଥଳଭାଗରେ ରି-କର୍ଭ କରିବ ବାତ୍ୟା । ଆନ୍ଧ୍ର ପ୍ରଦେଶର ଚିରାଲା ଅଞ୍ଚଳରେ ଏହା ସ୍ଥଳଭାଗକୁ ପ୍ରବେଶ କରିବ । ଅନ୍ୟପକ୍ଷରେ ମାଲକାନଗିରିରେ ଆଜି ସବୁ ସ୍କୁଲ ଛୁଟି ଘୋଷଣା । ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିଶମ ବିଭାଗର ୧୦ଟି ଟିମ୍, ଓଡ୍ରାଫର ୨ଟି ଟିମ୍ ଉପସ୍ଥିତ ଅଛନ୍ତି ।
ସପଟେ ଆନ୍ଧ୍ରରେ ମଧ୍ୟ ଏହି ବାତ୍ୟାର ପ୍ରଭାବ ଦେଖାଦେଇଛି । ଯାହା କାରଣରୁ ଆନ୍ଧ୍ରରେ ବିମାନସେବା ପ୍ରଭାବିତ ହୋଇଛି । ଆଜି ବିଶାଖାପାଟଣା ଆସିବାକୁ ଥିବା ଏୟାର ଏସିଆ ବିମାନ ବାତିଲ କରାଯାଇଛି । ଦିଲ୍ଲୀ ଓ ବେଙ୍ଗାଲୁରୁରୁ ଆସିବାକୁ ଥିବା ୨ ବିମାନ ବାତିଲ କରାଯାଇଛି । କେବଳ ବିମାନସେବା ନୁହେଁ ଆଜି ଅନ୍ଧ୍ରରେ ପରୀକ୍ଷା ମଧ୍ୟ ସ୍ଥଗିତ କରାଯାଇଛି । ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ଆଜି ହେବାକୁ ଥିବା ବୋର୍ଡ ଅଫ୍ ଇଣ୍ଟର ମିଡିଏଟ୍ ଏଜୁକେସନର ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ । ଉକ୍ତ ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଛି ।
12କିମି ବେଗରେ ଗତି କରୁଛି ଅସାନି https://t.co/LMaFdg0loM
— Meteorological Centre, Bhubaneswar (@mcbbsr) May 11, 2022