୧୭ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଆଶାକର୍ମୀ

0

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗର୍ଜିଲେ ଆଶାକର୍ମୀ । ସିଆଇଟିୟୁ ନେତୃତ୍ବରେ ୧୭ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଆଶାକର୍ମୀ କରିଛନ୍ତି ଗଣ ବିକ୍ଷୋଭ ।ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ ଆଶାକର୍ମୀ । ଆଶାଦିଦିଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା, ମାସିକ ୨୬ ହଜାର ଟଙ୍କା ଦରମା, ଅବସର ଓ ମୃତ୍ୟୁକାଳୀନ ୧୦ ଲକ୍ଷ ଟଙ୍କା ସହାୟତା, ୧୦ ହଜାର ମାସିକ ପେନସନ, ଇପିଏଫ୍, ଇଏସଆଇ ସହ ସାମାଜିକ ସୁରକ୍ଷା ଦେବା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବଜେଟ ବ୍ୟୟ କରି ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।