ନୂଆଦିଲ୍ଲୀ : ମହିଳା ଶିଷ୍ୟାଙ୍କ ସହ ପୁରୁଣା ବଳାତ୍କାର ମାମଲାରେ ଆଶାରାମଙ୍କୁ ଆଜୀବନ ଜେଲ । ଗୁଜୁରାଟ ରେସନ୍ କୋର୍ଟ ଆଶାରାମଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଗତକାଲି ଦୁଷ୍କର୍ମ ମାମଲାର ଶୁଣାଣି କରିବା ସହିତ କୋର୍ଟ ଆତ୍ମଘୋଷିତ ଗଡମ୍ୟାନ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ଆଉ ଆଜି କୋର୍ଟ ଆଶାରାମ ବାପୁଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ଆଜୀବନ ସଜ୍ଜା ଶୁଣାଇଛନ୍ତି ।
ପ୍ରାୟ ୧୦ ବର୍ଷ ପୂର୍ବେ ଅହମ୍ମଦାବାଦର ମୋଟେରାସ୍ଥିତ ଆଶ୍ରମରେ ସୁରଟର ଜଣେ ମହିଳାଙ୍କୁ ବାରମ୍ବାର ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଗତକାଲି ୨୦୧୩ ବଳାତ୍କାର ମାମଲାରେ ଅହମ୍ମଦାବାଦର ଚାନ୍ଦଖେଡା ପୋଲିସ ଷ୍ଟେସନରେ ଆଶାରାମଙ୍କ ବିରୋଧରେ ଦାଖଲ ହୋଇଥିବା ଶୁଣାଣି ବେଳେ ଗାନ୍ଧିନଗର କୋର୍ଟ ଏହି ରାୟ ଦେଇଛନ୍ତି। ବଳାତ୍କାର, ଅପ୍ରାକୃତିକ ଯୌନ ସମ୍ପର୍କ, ଅପରାଧିକ ଷଡଯନ୍ତ୍ର, ପ୍ରମାଣ ନଷ୍ଟ ଇତ୍ୟାଦି ଅଭିଯୋଗରେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ତାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ କରାଯାଇଛି । ତେବେ ପୂର୍ବରୁ ହିଁ ଆଶାରାମ ଆଜୀବନ କାରାଦଣ୍ଡ ଭୋଗୁଥିଲେ ।