ଆଠଗଡ଼ର ଐତିହ୍ୟକୁ ନେଇ ଆଠଗଡ଼ ମହୋତ୍ସବ ଉଦଘାଟିତ

0

ଆଠଗଡ଼ /  ଅଶୋକ ମଲ୍ଲିକଙ୍କ : ମହୋତ୍ସବ ପଡିଆରେ ଆଠଗଡ଼ ମହୋତ୍ସବ ଉଦଘାଟିତ ହୋଇଯାଇଛି। ମହୋତ୍ସବ କମିଟିର ଆବାହକ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇଙ୍କ ସଂଯୋଜନାରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଉଦ୍ ଘାଟନ କରିଥିଲେ । ଆଠଗଡ଼ ମାଟିର ଲୋକକଳା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ବେଶ୍ ପ୍ରଶଂସା କରିଥିଲେ ସାଂସଦ। ରାଜା ରାଜୁଡ଼ା ଶାସନ ସମୟରୁ ଆଜି ପର୍ଯ୍ୟନ୍ତ ଆଠଗଡ଼ ମାଟିର ଗାଥାକୁ ମନେ ପକାଇବା ସହ ଆଠଗଡ଼ ମାଟିରୁ ମହାନଦୀର ଜଳ ଗର୍ଭରେ ବିଶାଳକାୟ ପଥର ଯାଇ ଜଗନ୍ନାଥ ମନ୍ଦିର ନିର୍ମିତ୍ତ ହୋଇଛି ବୋଲି ତାହା ଆଜି ପ୍ରମାଣିତ ହୋଇଛି।  ଯେଉଁ କନ୍ଦର ପୁର ପାହାଡରୁ ପଥର ଯାଇ  ବିଶ୍ୱର ଆରାଧ୍ୟ ଦେବତା ଙ୍କ କରୁକାର୍ଯ୍ୟ ହୋଇଛି, ଆମେ ସେ ଜାଗାକୁ ପର୍ଯ୍ୟଟନ ସ୍ଥଳୀର  ମାନ୍ୟତା ଦେଲେ ଲୋକଙ୍କ ଶୁଅଛୁଟିବ ବୋଲି ସାଂସଦ କହିଥିଲେ।  ଆମ ଗଡ଼ଜାତ ପରମ୍ପରାକୁ ଭୁଲିବା ନାହିଁ ବୋଲି ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି। ମହୋତ୍ସବ ଦ୍ଵାରା ଭାଇଚାରା ବୃଦ୍ଧି ପାଏ। ଐତିହ୍ୟ ସଂସ୍କୃତିର ପ୍ରଚାର ହୁଏ। ମହାନଦୀର ଗର୍ଭରେ ବିରାଜମାନ ପ୍ରଭୁ ଧବଳେଶ୍ଵର, ଅଟ୍ଟାଳି ଜଗନ୍ନାଥ ଆଠଗଡ଼କୁ ସର୍ବଦା କୃପା ଦୃଷ୍ଟିରେ ଚାହିଁଥାନ୍ତୁ ବୋଲି ମନ୍ତ୍ରୀ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ଅଧିକାରୀ ତଥା ଆଠଗଡର ପୂର୍ବ ତନ ଉପଜିଲ୍ଲାପାଳ ଓ  ମହୋତ୍ସବ କମିଟି ର ଉପଦେଷ୍ଟା, ଶ୍ରୀ ହେମନ୍ତ କୁମାର ସ୍ବାଇଁ, NAC ଅଧକ୍ଷା ସସ୍ମିତା ରାଉତ ତିଗିରିଆ, ବ୍ଲକ ଅଧ୍ୟକ୍ଷା ସନ୍ଧ୍ଯାରାଣୀ ନାୟକ, NAC ଉପାଧ୍ୟକ୍ଷ ବି ଶୁଭ୍ର ଶଙ୍କର ଜ୍ୟୋତି ପ୍ରମୁଖ ଯୋଗ ଦେଇ ମହୋତ୍ସବର ଉଦ୍ଘାଟନୀ ଅଭିଭାଷଣ ରଖିଥିଲେ।