ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏମିତିରେ ବିଶ୍ୱକପ ୨୦୨୩ ଦଳ ଘୋଷଣା କରି ସାରିଛି । ତେବେ ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ପ୍ରତ୍ୟେକ ଦଳ ପାଖରେ ଖେଳାଳି ପରିବର୍ତ୍ତନ କରିବାର ଶେଷ ସୁଯୋଗ ରହିଛି । ଏବେ ଚର୍ଚ୍ଚା ଜୋର ଧରିଛି ଯେ, ଷ୍ଟାର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବିଶ୍ୱକପ ଦଳରେ ସ୍ଥାନ ମିଳିପାରେ । ଏବେ ଅଶ୍ୱିନଙ୍କୁ କେଉଁ ଖେଳାଳି ବଦଳରେ ଦଳରେ ସାମିଲ୍ କରାଯିବ ତାହା ସବୁଠୁ ବଡ଼ ପ୍ରଶ୍ନ ସଂପ୍ରତି ଅକ୍ଷର ପଟେଲ୍ ଆହତ ହେବାରୁ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅଷ୍ଟ୍ରେଲିଅ । ବିପକ୍ଷ ଦିନିକିଅ । ଶୃଙ୍ଖଳାରେ ସ୍ଥାନ ମିଳିଛି ।
ଯଦି ଅକ୍ଷର ପଟେଲ୍ କିଛି ଦିନରେ ନିଜର ଫିଟନେସ୍ ହାସଲ କରିବାରେ ସଫଳ ହୁଅନ୍ତି ତେବେ ତାଙ୍କର ବିଶ୍ୱକପ ଦଳରେ ରହିବା ନିଶ୍ଚିତ ମାତ୍ର ଅଶ୍ୱିନ ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ଏହା ଦେଖିଲେ ଲାଗୁଛି ଘୋଷିତ ଦଳରୁ ଜଣେ ଖେଳାଳି ବାଦ୍ ପଡ଼ି ପାରନ୍ତି । ତେବେ କାହାକୁ ଦଳରୁ ବାହର କରିବେ ସେ ନେଇ ଚିନ୍ତାରେ ଅଧିନାୟକ ରୋହିତ ଓ ଦ୍ରାବିଡ । ଦେଖିବାକୁ ଗଲେ ଯେବେ ବିସିସିଅ।ଇ ବିଶ୍ୱକପ ୨୦୨୩ ପାଇଁ ଦଳ ଘୋଷଣା କଲା, ଦଳରେ ଜଣେ ସ୍ପିନରଙ୍କ ଅଭାବ ଦେଖିବାକୁ ମିଳିଥିଲା ଭାରତର ବିଶ୍ୱକପ ଦଳରେ ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବଙ୍କ ରୂପେ ତିନି ସ୍ପିନର ରହିଥିଲେ ହେଁ କୌଣସି ଅଫ ସ୍ପିନର ନ ଥିଲେ, ଯିଏ ବାମହାତୀ ବ୍ୟାଟରଙ୍କୁ ହଇରାଣରେ ପକାଇବ । ତେବେ ଏସିଅ। କପ୍ ସମୟରେ ଅକ୍ଷର ପଟେଲ୍ ଅ।ହତ ହେବାରୁ ୱାଶିଂଟନ ସୁନ୍ଦରଙ୍କୁ ସିଧାସଳଖ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା । ଏବେ ଅଷ୍ଟ୍ରେଲିଅ। ବିପକ୍ଷ ଘରୋଇ ସିରିଜ୍ରେ ଭାରତ ସୁନ୍ଦରଙ୍କ ସହିତ ଅଶ୍ୱିନଙ୍କୁ ମଧ୍ୟ ଦଳରେ ସାମିଲ୍ କରିଛି । ଅ।ଉ ନିଜର ଅନୁଭବ ଯୋଗୁଁ ଅଶ୍ୱିନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି ।
ପ୍ରଥମ ମ୍ୟାଚ୍ରେ ଅଶ୍ୱିନଙ୍କ ପ୍ରଦର୍ଶନ ଫିକା ରହିଥିଲା । ମାତ୍ର ଦ୍ୱିତୀୟ ଦିନିକିଅ।ରେ ସେ ଯେଉଁଭଳି ବୋଲିଂ କରିଛନ୍ତି ତାହା ଚମକ୍ରାର ଥିଲା । ୭ ଓଭରରେ ୪୧ ରନ ବ୍ୟୟ କରିଥିଲେ ହେଁ ୩ଟି ବଡ଼ ୱିକେଟ ନେଇଥିଲ । ସବୁଠୁ ବଡ଼ କଥା ହୋଲକର ଷ୍ଟାଡିୟମର ଯେତେବେଳେ ବ୍ୟାଟରମାନେ ବୋଲରଙ୍କୁ ନିର୍ଧୁମ ପ୍ରହାର କରୁଥିଲେ । ସେଠାରେ ଅଶ୍ୱିନ ୬ରୁ କମ ଇକୋନୋମିରେ ରନ ଦେଇଥିଲେ । ଭାରତ ଓ ଅଷ୍ଟ୍ରେଲିଆର ୧୧ ବୋଲରଙ୍କ ମଧ୍ୟରୁ ଅଶ୍ୱିନ ହିଁ ସବୁଠୁ କମ ରନ ବ୍ୟୟ କରିଥିଲେ । ସେ ଡେଭିଡ୍ ୱାର୍ଣ୍ଣର ଓ ମାର୍ନସ ଲାବୁସେନଙ୍କ ଭାଗିଦାରୀ ଭାଙ୍ଗିବା ସହ ୭ଟି ବଲ୍ ଭିତରେ ୩ଟି ୱିକେଟ ନେଇଥିଲେ । ସେ ବାମହାତୀ ବ୍ୟାଟର ଡେଭିଡ୍ ୱାର୍ଣ୍ଣରଙ୍କୁ ଏମିତି ହଇରାଣରେ ପକାଇଥିଲେ ଯେ, ସେ ଡାହାଣହାତୀ ବ୍ୟାଟିଂ କରିବାକୁ ବାଧ୍ୟ ହୋଇଥିଲେ । ଅଶ୍ୱିନଙ୍କ ପ୍ରଦର୍ଶନ ଓ ବିଶ୍ୱକପ ଦଳରେ ଅଫ ସ୍ପିନରଙ୍କ ଅଭାବକୁ ଦେଖିଲେ ଲାଗୁଛି ବିଶ୍ୱକପ ଦଳରୁ ଅକ୍ଷର ପଟେଲ୍ ଓ ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରୁ ଜଣେ ଦଳରୁ ବାଦ୍ ପଡ଼ି ପାରନ୍ତି ।
ଶାର୍ଦ୍ଦୁଳଙ୍କୁ ବିଶ୍ୱକପ୍ ଦଳରେ ଅଲରାଉଣ୍ଡର ଭାବେ ଦଳରେ ସ୍ଥାନ ମିଳିଥିଲା । ସେ ବୋଲିଂ ସହିତ ୮ମ ସ୍ଥାନରେ ବ୍ୟାଟିଂ କରିବାକୁ ସକ୍ଷମ ସେ ବିଶ୍ୱକପ ୨୦୧୯ ପରେ ଭାରତ ପାଇଁ ଯୁଗ୍ମ ଭାବ ସର୍ବାଧିକ ୫୭ ୱିକେଟ ନେଇଥିବା ବୋଲର କିନ୍ତୁ ଭାରତରେ ତାଙ୍କର ପ୍ରଦର୍ଶନ ସେତେଟା ଉତ୍ସାହଜନକ ନୁହେଁ । ୨୦୧୯ ପରେ ଶାର୍ଦ୍ଦୁଳ ଭାରତ ମାଟିରେ ୧୭ଟି ମ୍ୟାଚ୍ ଖେଳି ୨୦ଟି ୱିକେଟ ନେଇଥିବା ବେଳେ ବିଦେଶ ମାଟିରେ ୨୨ ମ୍ୟାଚ୍ରୁ ୩୮ ଉଇକେଟ ଦଖଲ କରିଛନ୍ତି । ଅ।ଉ ବ୍ୟାଟିଂରେ ୨୧.୫୦ ହାରରେ ରନ ସଂଗ୍ରହ କରିଛନ୍ତି । ଶାର୍ଦ୍ଦୁଳଙ୍କ ଭାରତରେ ଏହି ରେକର୍ଡକୁ ଆଖି ଆଗରେ ରଖି କୁହାଯାଇ ପାରିବ ଯେ, ଦଳ ପ୍ରବନ୍ଧକ ଶାର୍ଦ୍ଦୁଳଙ୍କୁ ବାଦ୍ ଦେଇ ଅଶ୍ୱିନଙ୍କୁ ବିଶ୍ୱକପଦଳରେ ସ୍ଥାନ ଦେଇପାରନ୍ତି ।