(ରିପୋଟର୍ସ ଟୁଡେ ) : ଭାରତୀୟ ଦଳ ଆଜି ( ୧୮ ଅଗଷ୍ଟ) ଆରମ୍ଭ ହେବାକୁ ଆଉଥିବା ଏସିଆ କ୍ରିଡାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନର ଲକ୍ଷ ରଖି ମଇଦାନକୁ ଓହ୍ଲାଇବ । ଏସିଆ କ୍ରିଡା- ୨୦୧୮ ଜକାତ୍ରା ଏବଂ ପାଲେମବାଙ୍ଗ ରେ ଆୟୋଜିତ ହେବ । ଏହି କ୍ରିଡାରେ ୪୫ ଦେଶର ୧୧,୦୦୦ ଖେଳାଳୀ ଭାଗ ନେବେ । ଏସିଆନ ଗେମ୍ ର ସମାପ୍ତି ସେପ୍ଟେମ୍ବର ୨ ହେବ । ଶନିବାର ଦିନ ଭାରତୀୟ ସମୟ ଅନୁସାରେ ସଂନ୍ଧ୍ୟା ୫.୩୦ ରେ ଉଦ୍ଧାଟନ ସମାରୋହରେ ଭାଲାଫିଙ୍ଗା ଖେଳାଳୀ ନିରଜ ଚୋପଡା ତ୍ରୀରଙ୍ଗା ଧରି ଭାରତୀୟ ଦଳର ନେତୃତ୍ୱ ନେବେ । ଓପନିଙ୍ଗ ସେରେମନିର ପ୍ରଶାରଣ ସୋନିରେ ଦେଖାଯାଇପାରେ । ରବିବାରଠାରୁ ବିଭିନ୍ନ ଖେଳର ଆରମ୍ଭ ହେବ । ଏସିଆ କ୍ରିଡାର ପ୍ରସ୍ତୁତି ଖାଫି ଗମ୍ଭିରପୂର୍ଣ୍ଣ ରହିଛି, ଯେଉଁଥିରେ ଚୟନ ସଂମ୍ବଧିୟ ଅଭିଯୋଗ ଏବଂ କୋର୍ଟରର ଆଇନ ଅନୁଯାଇ ସବୁଥର ଭଳି ଦଳର ସଂଖ୍ୟା ୮୦୪( ଖେଳାରି ଏବଂ ଅଧିକାରୀଙ୍କୁ ମିଶାଇ) କୁ ନେଇ ବିବାଦ ରହିଛି, ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦଳ ସହିତ ପହଁଞ୍ଚିଥିବା ଅଧିକାରୀଙ୍କ ଉପରେ ଉଠିଲା ପ୍ରଶ୍ନ ।
ଗୋଲ୍ଡ କୋଷ୍ଟ ରାଷ୍ଟ୍ରମଣ୍ଡଳ କ୍ରୀଡାରେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ମଧ୍ୟ ଅଧିକାଂଶ ଖେଳାଳୀ ଏବଂ ତାଙ୍କର କୋଚ ମାନେ ସ୍ୱିକାର କରିଛନ୍ତି କି ଚୀନ, ଜାପାନ ଏବଂ କୋରିଆ ଭଳି ଦେଶର ଉପସ୍ଥିତିରେ ସେମାନଙ୍କ ପାଇଁ ମୁକାବିଲା କଠିନ ହେବ, କିନ୍ତୁ ଏଥିରେ କେବେ ଉତ୍ସାହ ଓ ବିଶ୍ୱାସ କମିବନାହିଁ । ଭାରତ ୨୦୧୪ ଏସିଆ କ୍ରିଡରେ ୧୧ ସ୍ୱର୍ଣ୍ଣ ପଦକ ସହିତ ୫୭ ପଦକ ହାତେଇଥିଲା । ଏଥର ୫୭୨ ଖେଳାଳୀ ର ଦଳରୁ ଏହାଠାରୁ ଅଧିକ ଆଶା ଅଛି । ପଦକ ଆଶା କରାଯାଉଥିବା ଖେଳାଳୀ ହରିୟାଣାର ୧୬ ବର୍ଷ ବୟସର ସୁଟର ମନୁ ଭାକେର୍ ଙ୍କଠାରୁ ଆରମ୍ଭକରି କୁସ୍ତିଯୋଦ୍ଧା ସୁସିଲ କୁମାର ତଥା ସବୁବେଳେ ନୂଆ ଉଚ୍ଚତାକୁ ଛୁଇଁଥିବା ଭାଲା ଫିଙ୍ଗାଳୀ ନିରଜ ଚୋପଡା ସାମିଲ ଅଛନ୍ତି । ଦଳରେ ହୀମା ଦାସଙ୍କ ପରି ଖେଳାଳୀ ମଧ୍ୟ ଅଛନ୍ତି, ଯେକି ଅଣ୍ଡର-୨୦ ବିଶ୍ୱ ଚମ୍ପିୟାନସିପ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ଭାରତର ପ୍ରଥମ ମହିଳା ହୋଇଥିଲେ ।
ବ୍ୟାଡମିଟନ କୋର୍ଟରେ ପିଭି ସିନ୍ଧୁ ଓ ସାଇନା ନେହେୱାଲ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହିଁବେ । ଭାରତ କୁସ୍ତି ବିଭାଗରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ଏଥିରେ ବଜରଙ୍ଗ ପୁନିଆ ଏବଂ ବେନିସ ଫୋଗଟ ଙ୍କ ଠାରୁ ପଦକ ଆଶା ରଖାଯାଇଛି । ପୁନିଆ କେବଳ କମନୱେଲ୍ଥ ଗେମ୍ସ ନୁହେଁ , ସେ ଜକାତ୍ରା କ୍ରିଡା ର ପୂର୍ବରୁ ତବଲିସ ଗ୍ରାଣ୍ଡ ପ୍ରି ଏବଂ ଜାସର ଦୋଗ୍ ଅନ୍ତରାଷ୍ଟ୍ରିଅ ଟୁର୍ଣ୍ଣାମେଟ ରେ ଚମ୍ପିଆନ ହୋଇସାରିଛନ୍ତି ।
ପୁରୁଷ ହକୀ ଟିମ ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିଧା ୨୦୨୦ ଅଲମ୍ପିକ ପାଇଁ କ୍ୱାଲିଫାଇ କରିବାର ଲକ୍ଷ ରଖି ପଡିଆକୁ ଓହ୍ଲାଇବ । ଟିମ୍ କିଛିଦିନ ପୂର୍ବରୁ ଚମ୍ପିଆନ ଟ୍ରଫି ରେ ଅଷ୍ଟ୍ରେଲିଆ ପରେ ଉପବିଜେତା ରହିଥିଲା ଏବଂ ଏହାର ସାମ୍ନାରେ ସେମିତି କିଛି ଚ୍ୟାଲେଞ୍ଜିଙ୍ଗ ଟିମ ନାହାଁନ୍ତି, ଏଥିପାଇଁ ସେମାନେ ଯଦି ବିନା ସ୍ୱର୍ଣ୍ଣ ପଦକରେ ଫେରନ୍ତି ତେବେ ଏହା ତାଙ୍କ ପାଇଁ ନିରାସଜନକ କଥା ହେବ । ମହିଳା ଟିମ ବିଶ୍ୱ କପର ସେମିଫାଇନାଲରେ ଐତିହାସିକ ସ୍ଥାନ ବନାଇବରେ ବିଫଳ ହୋଇଛି କିନ୍ତୁ ରାଣୀ ରାମପାଲ ଙ୍କ ଅଧ୍ୟକ୍ଷତାରେ ଟିମ ଠାରୁ ଭଲ ପ୍ରଦର୍ଶନର ଆଶା ରଖାଯାଉଛି ।
ମୁଷ୍ଟି ଯୋଦ୍ଧାର ରିଙ୍ଗରେ ମଧ୍ୟ କିଛି ମଜଭୁତ ଭାରତୀୟ ଖେଳାଳୀ ଯଥା ବିକାଶ କୃଷ୍ଣା, ଶିବା ଥାପା ଏବଂ ଖୁବ ଶିଘ୍ର ଉପରକୁ ଉଠିଥିବା ଗୌରବ ସୋଲକି ଭାରତୀୟ ପୁରୁଷ ବିଭାଗର ପ୍ରତିନିଧିତ୍ୱ କରିବେ । ସେହିପରି ମହିଳା ବିଭାଗରେ ବିଶ୍ୱ ରୌପ୍ୟ ପଦକ ବିଜେତା ସରଜୁବାଳା ଦେବୀ ଙ୍କ ଠାରୁ ପଦକର ଆଶା ରଖାଯାରଇଛି ।
ଟେନିସ କୋର୍ଟରେ ଲିଆଣ୍ଡର ପେସ୍ ଶେଷ ସମୟରେ ଖେଳରୁ ହଟିବାରୁ କୋଚ ଜିସନ ଅଲ୍ଲୀଙ୍କୁ ପୁରୁଷ ଏବଂ ମିଶ୍ରିତ ଯୁଗଳ ଯୋଡିଦାର ବାଛିବାକୁ ପଡିବ । ସେପଟେ, ବିଶ୍ୱ ଚମ୍ପିଆନ ମିରାବାଇ ଚାନୁ ଙ୍କ ଅନୁପସ୍ଥିତିରେ ଭାରତୀୟ ଭାରୋତ୍ତଳନ ବିଭାଗ ଦୁର୍ବଳ ହୋଇପଡିଛି । ଟେବୁଲ ଟେନିସରେ ମନିସା ବାତ୍ରା ରାଷ୍ଟ୍ରମଣ୍ଡଳ କ୍ରିଡାର ଶ୍ୱର୍ଣ୍ଣିମ ପ୍ରଦର୍ଶନକୁ ଆଉଥରେ ଦୋହରାଇବାକୁ ଚେଷ୍ଟା କରିବେ । କିନ୍ତୁ ଏହା ଏତେ ସହଜ ହେବ ନହେଁ କାରଣ ଡ୍ରରେ ଚୀନ ଏବଂ ଜାପାନ ର ଖେଳାଳୀ ସାମିଲ ହେବେ । ସେହିଭଳି ଦୀପା କର୍ମାକର ଜିମାନଷ୍ଟିକରେ ନିଜର ଭଲ ପ୍ରଦର୍ଶନ କରିବାକୁ ଚାହିଁବେ ।