ମୋଦୀଙ୍କ କୋକରାଝର ଗସ୍ତ,କାର୍ଯ୍ୟକ୍ରମରେ ଜନତାଙ୍କୁ କରିବେ ସମ୍ବୋଧନ

0

(ମମତା ସାମଲ)ରିପୋର୍ଟସଟୁଡେ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୋଡୋ ବୁଝାମଣାକୁ ନେଇ ଆସାମର କୋକରାଝର ଗସ୍ତ କରୁଛନ୍ତି । ସେ କୋକରାଝରରେ ଆୟୋଜିତ ଏକ କାର୍ୟ୍ୟକ୍ରମ ରେ ଜନତାଙ୍କୁ ସମ୍ବୋଧିତ କରିବେ । କୋକରାଝରକୁ ନେଇ ଗତ ଜାନୁଆରୀ ୨୭ରେ ନୂଆଦିଲ୍ଲୀରେ ଦସ୍ତଖତ ହୋଇଥିଲା । ଅନ୍ୟପଟରେ ମୋଦୀଙ୍କୁ ସ୍ୱାଗତ ଜଣାଇବା ପାଇଁ କୋକରାଝରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ।
ବୋଡୋ ଶାନ୍ତି ବୁଝାମଣା ସ୍ୱାଗତ ପାଇଁ ଆସାମର କୋକରାଝର ଜିଲ୍ଲାରେ ଲୋକେ ଲକ୍ଷାଧିକ ଦୀପ ଜାଳି ନିଜର ଖୁସି ବାଣ୍ଟିଛନ୍ତି । ମୋଦୀଙ୍କ ସ୍ୱାଗତ ପାଇଁ କୋକରାଝର ଉତ୍ସବମୁଖର ଦେଖାଯାଇଛି । କୋକରାଝରର ଏହି ଉତ୍ସାହ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ଓ ଏନଆରସି ପ୍ରକ୍ରିୟା ପୂରା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ପ୍ରଥମ ଉତ୍ତ-ପୂର୍ବ ରାଜ୍ୟକୁ ଗସ୍ତ ହେଉଛି । ବିଗତ ଦିନରେ ଉତ୍ତର-ପୂର୍ବ ରାଜ୍ୟରେ ଏନଆରସି ନେଇ ଅନେକ ସ୍ଥାନରେ ବିରୋଧ ଓ ପ୍ରଦର୍ଶନ ହୋଇଥିଲା । ମାତ୍ର ଏବେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ କୋକରାଝରରେ ଲୋକେ ବହୁତ ଖୁସି ଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ।