(ଆସାମ) : ଆସାମରେ ଲଗାତାର ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାର ୧.୯୭ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଆସାମରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ କାରଣରୁ ଦୀମା ହସାଓ ଜିଲାରେ ହାଫଲୋଗ୍ ଷ୍ଟେସନ୍ ସମ୍ପୂର୍ଣ୍ଣ ଭାବରେ ପାଣିରେ ବୁଡି ଯାଇଛି।
Stop torturing #MotherNature otherwise #MotherNature will destroy Everything #Assam #ClimateCrisis #climatechange pic.twitter.com/jK6zS8G3ZV
— Dr Biplob sarkar (@Biplobskr7) May 17, 2022
ବନ୍ୟାରେ ବୁଡି ଯାଇଥିବା ଏହି ଷ୍ଟେସନ୍ର ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ ଦେଖିପାରିବେ କିଭଳି ବନ୍ୟା ପାଣି ବୋହିବା କାରଣରୁ ଷ୍ଟେସନରେ ଥିବା ଟ୍ରେନ୍ ଓଲଟି ପଡିଥିଲା। ଆସାମର ନାଗାଓଁରେ ବର୍ଷା କାରଣରୁ ବନ୍ୟାର ସ୍ଥିତି ଦେଖିବାକୁ ମିଳିଛି। ନାଗାଓଁରେ କାମପୁରର ବହୁ ଅଞ୍ଚଳରେ ବର୍ଷା ପରେ ଚାରିଆଡେ ପାଣି ଦେଖିବାକୁ ମିଳିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଫଶି ରହିଥିବା ଲୋକଙ୍କର ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାନୁଯାୟୀ , ବନ୍ୟା ପ୍ରଭାବିତ ଅଞ୍ଚଳରେ ସାହାଯ୍ୟ ପାଇଁ ସରକାର ଭାରତୀୟ ସେନା, ଅର୍ଦ୍ଧସାମରିକ ବାହିନୀ, ଅଗ୍ନିଶମ ଓ ଜରୁରୀକାଳୀନ ସେବା, ଏସଡିଆରଏଫ୍, ନାଗରିକ ପ୍ରଶାସନ ଓ ପ୍ରଶିକ୍ଷିତ ସ୍ବଂୟସେବକଙ୍କୁ ରେସକ୍ୟୁ ପାଇଁ ମୁତୟନ କରାଯାଇଛି। ଲୋକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ବାହାର କରି କ୍ୟାମ୍ପକୁ ନିଆଯାଉଛି।