ଆସାମରେ ବନ୍ୟା , ପାଣି ଘେରରେ ୨୫ ହଜାର ଲୋକେ
ଗୋଟିଏ ପଟେ ତାତି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ବନ୍ୟାରେ ଭାସୁଛନ୍ତି ଆସାମବାସୀ । ଆସାମରେ ତାଣ୍ଡବ ରଚୁଛି ବନ୍ୟା ।
(ଆସାମ) : ଗୋଟିଏ ପଟେ ତାତି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ବନ୍ୟାରେ ଭାସୁଛନ୍ତି ଆସାମବାସୀ । ଆସାମରେ ତାଣ୍ଡବ ରଚୁଛି ବନ୍ୟା । ଚାରିଆଡ଼େ ପାଣି ପାଣି ଆଉ ପାଣିର ସୁଅ । ଆସାମର ୬ଟି ଜିଲ୍ଲାର ପ୍ରାୟ ୨୫ ହଜାର ଲୋକ ବନ୍ୟା ଘେରରେ ରହିଛନ୍ତି ।
ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ବନ୍ୟା ଏବଂ ପ୍ରବଳ ବର୍ଷାରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଦିମା ହାସାଓ ଜିଲ୍ଲା ହାଫଲଙ୍ଗ ଅଞ୍ଚଳର ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଆସାମ ଓ ପଡୋଶୀ ରାଜ୍ୟ ମେଘାଳୟ, ଅରୁଣାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀନାଳର ଜଳସ୍ତର ବଢିଛି ।
ଆସାମର କୋପିଲି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଲଗାଣ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳପଥ ଏବଂ ସଡ଼କପଥ ସଂଯୋଗ ବିଚ୍ଛିନ୍ନ ହୋଇଛି। ଏହା ସହ ଅନେକ ସ୍ଥାନରେ ବନ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଛି।