ଶାଗୁଆନ ଗଣ୍ଡି ଜବତ୍ ସହ ଆସାମୀଙ୍କୁ କୋର୍ଟ ଚାଳାଣ

0

ସୁବର୍ଣ୍ଣପୁର : ଶାଗୁଆନ ଗଣ୍ଡି ଜବତ୍ ସହ ଆସାମୀ ଙ୍କୁ କୋର୍ଟ ଚାଳାଣ। ସୋନପୁର ବନାଞ୍ଚଳ ରେଞ୍ଜ କୁମ୍ଭାର ମୁଣ୍ଡା ସେକ୍ସନ ଅଞ୍ଚଳରେ ଶାଗୁଆନ ଗଛ କାଟୁ ଥିବା ବେଳେ ଧରାପଡିଛି ।ସୋନପୁର ବନାଞ୍ଚଳ ରେଞ୍ଜ କୁମ୍ଭାର ମୁଣ୍ଡା ସେକ୍ସନ ଷ୍ଟାଫ  କୁମ୍ଭାର ମୁଣ୍ଡା ସଂରକ୍ଷିତ ଅଞ୍ଚଳ ମଧ୍ୟରେ ରାତ୍ରି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଡଙ୍ଗାଜୋର ଛକ ପାଖରେ ଜନକ ପୁର୍ ଗ୍ରାମର ଚକା ବାରିକ,ଡଙ୍ଗାଜୋର ଗ୍ରାମର ପ୍ରଦୀପ ଭୁଏ,ତୁଫାନ୍ କୁଅଁର,ତରୁଣ କୁଅଁର ଚାରି ଜଣ ମିସି ଗୋଟିଏ ଶାଗୁଆନ ଗଛ କାଟି ଦୁଇ ଗଣ୍ଡି କରି ଦୁଲା ରେ ବହି ନେଉଥିବା ବେଳେ ବନ ବିଭାଗ କର୍ମଚାରୀ ଧରିବାକୁ ଗଲାବେଳେ ଦଉଡି କି ଆସାମୀ ମାନେ ଫେରାର ହୋଇ ଯାଇଥିଲେ । ଫଳରେ ଘଟଣା ସ୍ଥଳରୁ ଆସାମୀ ଚକା ବାରିକ ଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ବାକି ଆସାମୀ ମାନେ ଦଉଡି଼ ପଳେଇ ଯାଇଥିଲେ।ସକାଳେ ଆସାମୀ ଚକା ବାରିକ ଙ୍କୁ ସୋନପୁର ରେଞ୍ଜ କେଶ୍ ନମ୍ବର OR 188 /2024-25 ରୁଜୁ କରି JMFC ତରଭା କୋର୍ଟ କୁ ପଠାଇ ଥିଲେ ।JMFC ତରଭା କୋର୍ଟ ଆସାମୀ ର ବେଲ୍‌ ପିଟିସନ୍ କୁ ଖାରଜ କରି ଜେଲ୍ ପଠାଇଛନ୍ତି ଏହି ପେଟ୍ରୋଲିଙ୍ଗ ଡ୍ୟୁଟି ରେ କୁମ୍ଭାର ମୁଣ୍ଡା ଫରେଷ୍ଟର ଗୋପାଳ ପଣ୍ଡା, ବନମାଳୀ ପାଣ୍ଡେ ବନରକ୍ଷୀ ପଙ୍କଜିନୀ ପୁଟା, ସ୍ଟଆଡ ଅଜିତ ରଣା, କୁଞ୍ଜ କୁଅଁର, ଗୁପ୍ତେଶ୍ବର ରଣା,ସ୍ବାଧୀନ ଦଳବେହେରା ଆଦି ସାମିଲ୍ ଥିଲେ I