(ରିପୋର୍ଟସ ଟୁଡ଼େ): ସୋମବାର ବିଧାନସଭା ଶୀତକାଳୀନ ଅଧିବେସନର ପ୍ରୋଶ୍ନତ୍ତର କାର୍ଯ୍ୟକାଳରେ ତପସିଲ ଭୁକ୍ତ ଜାତି , ଜନଜାତି ଓ ପଛୁଆ କଲ୍ୟାଣ ବିଭାଗ ଏବଂ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ଅଂଶ ହ୍ରାସ କରିବା ବିରୁଦ୍ଧରେ ଶାସକ ଦଳ ଗୃହରେ ହଟ୍ଟଗୋଳ କରିଥିଲେ । ବିଜେପିର ସଦସ୍ୟମାନେ ଜମି. ଜଳ ଓ ଜଙ୍ଗଲ ସଂକ୍ରାନ୍ତିୟ ଦୁର୍ନିତି ହୋଇଥିବା ଅଭିଯୋଗ କରିଥିବା ବେଳେ ମୁଖ୍ୟ ବିରୋଧି କଂଗ୍ରେସ ସଚିବାଳୟରେ ସିବିଆଇ ପସିବା ନେଇ ଗୃହର ମଧ୍ୟ ଭାଗକୁ ଆସି ତୁମୁଳ ପାଟି ତୁଣ୍ଡ କରିଥିଲେ । ବିରୋଧି ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନି ପତି ରାଜ୍ୟରେ ଦୁର୍ନିତି ବ୍ୟାପକ ଭାବେ ହେଉଥିବାରୁ ସିବିଆଇ ସଚିବାଳୟରେ ପଶିଥିବାରୁ ସରକାରଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଥିଲେ ଓ ଏହା ଉପରେ ସରକାର ଉତର ରଖିବାକୁ ଦାବି କରି ମାନ୍ୟବର ବାଚସ୍ପତି ପ୍ରଦିପ ଅମାତଙ୍କ ପୋଡିଅମ ସମ୍ମୁଖରେ ଠିଆ ହୋଇ ପ୍ରବଳ ପାଟି ତୁଣ୍ଡ କରିଥିଲେ
ଢେଙ୍କାନାଳରେ ବିୟର କମ୍ପାନିକୁ ସମର୍ଥନ କରିବା ଓ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗଛକଟା କାର୍ଯ୍ୟକୁ ନେଇ ବିଜେପିର ସଦସ୍ୟ ପ୍ରଦୀପ ପୁରୋଷିତ ଓ ରବି ନାୟକ ନିଜ ନିଜ ଆସନରେ ଠିଆ ହୋଇ ପାଟିତୁଣ୍ଡ କରିଥିଲେ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଅର୍ଥମନ୍ତ୍ରୀ ଶଶୀ ଭୁଷଣ ବେହେରା କେନ୍ଦ୍ର ଅନୁଦାନ ହ୍ରାସ ସର୍ମ୍ପକରେ ପ୍ରଶ୍ନର ଉତର ରଖୂଥିବାବେଳେ ଉଭୟ ଶାଶକ ଓ ବିରୋଧି ଗୃହରେ ତୁମୁଳ ପାଟିତୁଣ୍ଡ କରିଥିଲେ । ହଟଗୋଳ ଲାଗି ରହିବାରୁ ଅଚଲାଅବସ୍ଥାକୁ ଦୁରେଇବାକୁ ଯାଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ମାନ୍ୟବର ବାଚସ୍ପତି