ଶାସକ ବିରୋଧି ଏକାଠି ଗଣତନ୍ତ୍ର ପାଇଁ ବିପଦ…ବିଜେପିର ହଟ୍ଟଗୋଳ, ଗୃହ ମୁଲତବୀ

0

(ରିପୋର୍ଟସ ଟୁଡ଼େ) : ଶାସକ ବିରୋଧି ଏକାଠି ହୋଇଛନ୍ତି । ଗଣତନ୍ତ୍ର ପାଇଁ ଏହା ବିପଦ । ନବୀନ ସରକାରଙ୍କ ଜଙ୍ଗଲ, ଜମି. ଜଳ ଦୁର୍ନିତି ନିତି ଚଳିବ ନାହିଁ । ଏମିତି ସରକାରଙ୍କ ବିରୋଧରେ ମଙ୍ଗଳବାର ବିଧାନସଭା ଶୀତକାଳୀନ ଅଧିବେସନ ଆରମ୍ଭ ହେବା କ୍ଷଣି ବିଜେପି ସଦସ୍ୟ ରବି ନାଏକ ନାରାବାଜି କରିଥିଲେ । ଗୃହର ମଧ୍ୟ ଭାଗକୁ ପଶିଆଶି ବିଜେପିର ରାଧାରାଣୀ ପଣ୍ଡା,ନିତିଶ ଗଙ୍ଗ ଦେବ , ପ୍ରଦୀପ ପୁରୋହିତ ପ୍ରମୁଖ ତୁମୁଳ ହଟ୍ଟଗୋଳ କରିଥିଲେ । ବାଚସ୍ପତି ଶ୍ରୀ ପ୍ରଦୀପ ଅମାତଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶ୍ନୋତର କାଳ ଚାଲିଥିବା ବେଳେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିଥିଲା ଏହାର ପ୍ରତିବାଦରେ ଶାସକ ଦଳର ସଦସ୍ୟମାନେ କେନ୍ଦ୍ର ଅନୁଦାନ ଅବହେଳା ଅଭି ଯୋଗ କରି ନାରା ବାଜି ଆରମ୍ଭ କରିଥିଲେ । ଅଚଳାଅବସ୍ଥା ଦୁରେଇବାକୁ ଯାଇ ବାଚସ୍ପତି ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।
ଗୃହର ଦ୍ୱତିୟାର୍ଦ୍ଧରେ ବିରୋଧି ବିଜେପି ଗୃହର ଦ୍ୱୀତିୟ ଭାବଗକୁ ଆସି ବିଧାନ ସଭାରେ ଗଣତନ୍ତ୍ରକୁ ଖାଇଲା କିଏ ବିଜେଡି କଂଗ୍ରେସ ନା ଆଉ କିଏ । ଏପରି ନାରା ଦେଇଥିଲେ ବିଜେପି ସଦସ୍ୟମାନେ । ସେଥିପାଇଁ ମାନ୍ୟବର ବାଚସ୍ପତି ବାଧ୍ୟ ହୋଇ ମାତ୍ର ୧୦ ମିନିଟ ପାଇଁ ସର୍ବଦଳୀୟ ବୈଠକ ଡାକି ଥିଲେ । ପରେ ପୁଣିଥରେ ମାନ୍ୟବର ବାଚସ୍ପତି ୩୦ ମିନିଟ୍ ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ । କିନ୍ତୁ ବିଜେପି ଆଣିଥିବା ବିଜେଡି କଂଗ୍ରେସ ଏକାଠି ଅଭିଯୋଗକୁ ଖଣ୍ଡନ କରିଛି ଉଭୟ ବିଜେଡି ଓ କଂଗ୍ରେସ