ସର୍ବକ୍ଷମା ଯୋଜନା ନେଇ ପ୍ରଶ୍ନ ଉଠାଇଲେ ଖଣ୍ଡାପଡ଼ା ବିଧାୟକ

0

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ବେଆଇନ କୋଠାଗୁଡ଼ିକ ନିୟମିତ କରିବା ପାଇଁ ଅତିତରେ ସର୍ବକ୍ଷମା ଯୋଜନା କାର୍ଯ୍ୟକାରୀ କରାଯାଇଛି ଓ ତଦ୍ୱାରା କେତେ ଘର ମାଲିକଙ୍କ ଠାରୁ କେତେ ଜରିମାନା ଅସୁଲ କରାଯାଇଛି ବୋଲି ଗୃହରେ ପ୍ରଶ୍ନ ଉଠାଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ନିକଟରେ ପୁନର୍ବାର ଘୋଷିତ ସର୍ବକ୍ଷମା ଯୋଜନା ପାଇଁ ଶେଷ ତାରିଖ ସୁଦ୍ଧା କେତେ ଆବେଦନ ପଡ଼ିଛି , ପୌରାଞ୍ଚଳୱାରୀ ବିବରଣୀ ଦେବେକି , ସବୁ ସହର ପାଇଁ ସର୍ବକ୍ଷମା ଯୋଜନା ଘୋଷଣା କରିବାକୁ ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି ।
ଗୃହ ନର୍ମାଣ ମନ୍ତ୍ରୀ ପ୍ରତାପ ଜେନା ଉତ୍ତରରେ କହିଛନ୍ତି ଯେ ଉକ୍ତ ସ୍କିମ ମାଧ୍ୟମରେ ୪୫୯୬ ଜଣ ଆବେଦନକାରୀଙ୍କ ଠାରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ କମପାଣ୍ଡ ଫି ବାବଦକୁ ମୋଟ ୩୫, ୬୧, ୬୦,୦୦୦ ଓ କଟକ ଉନ୍ନୟନ କର୍ତ୍ତୁପକ୍ଷ ୪୦୮୦ ଜଣ ଆବେଦନକାରୀଙ୍କ ଠାରୁ କମପାଉଣ୍ଡ ଫି ବାବଦକୁ ମୋଟ ୧୩, ୦୨,୦୭,୦୦୦ ଆଦାୟ କରିଥିଲେ ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ ।