ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବହୁ ପଦବୀ ଖାଲି ରହିଛି । ଗୃହର ବହୁ ସଦସ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି।

0

ଭୁବନେଶ୍ୱର : ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବହୁ ପଦବୀ ଖାଲି ରହିଛି। ଗୃହର ବହୁ ସଦସ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି। ୪୦ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି। ସିଏଚସି, ପିଏଚସିରେ ସାତହଜାର ସ୍ବାସ୍ଥ୍ୟ କର୍ମୀ,୧୦ହଜାର ଷ୍ଟାଫ୍ ନର୍ସ, ୬ହଜାର ଫାର୍ମାସିଷ୍ଟ ଅଭାବ ରହିଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଭିଏମସାରରେ ୧୨ପ୍ରଫେସର ପଦବୀ,୩୦ଆସୋସିଏଟ ପ୍ରଫେସର ପଦବୀ ଖାଲି ପଡ଼ିଛି। ଭିମସାରରେ ସମୁଦାୟ ଶଯ୍ୟା ସଂଖ୍ୟା ୧୦୧୮। ସେହି ଅନୁସାରେ ୫ରୁ ୮ପ୍ରତିଶତ ଆଇସିୟୁ ରହିବା କଥା କିନ୍ତୁ ଅଛି ୨୦ ଟି ଆଇସିୟୁ। ଏମ ଆର ଆଇ ମେସିନ ନାହିଁ। ସୁନ୍ଦରଗଡ଼ ରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲା, ପ୍ରଥମ ବ୍ୟାଚ ଛାତ୍ର ଛାତ୍ରୀ ନାମଲେଖାଇଲେ କିନ୍ତୁ ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏଯାଏ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ।

ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଶୀର୍ଷକ ମୂଲତବୀ ପ୍ରସ୍ତାବ ରେ ଭାଗନେଇ ଏହା କହିଛନ୍ତି କଂଗ୍ରେସ ବିଧାୟକ ସି ଏସ ରାଜନ ଏକ୍କା। ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ବଡମ୍ବା ନରସିଂହପୁର ପରେ ଲୋଇସିଂହା ଏବେ କିଡନୀ ରୋଗ ର ହଟ ସ୍ପଷ୍ଟ ପାଲଟିଛି। ସହାୟ ନାମରେ ମାଗଣା ଡାୟଲସିସ ବ୍ୟବସ୍ଥା କରିଛନ୍ତି।ହେଲେ ସବୁଆଡେ ସେ ଡାୟଲସିସ ସୁବିଧା ନାହିଁ। ଶିଶୁ ମୃତ୍ୟୁ ହାର ହ୍ରାସ କରିଛନ୍ତି ବୋଲି ସରକାର ବାଃ ବାଃ ନେଉଛନ୍ତି।୨୦୧୬-୧୭ରୁ ୨୦୨୧-୨୨ମଧରେ ପାଞ୍ଚ ବର୍ଷ ରୁ କମ ୯୨ହଜାର ଶିଶୁ ଙ୍କ ମୃତ୍ୟୁ ହୋଇଛି।ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଠକେଇ ରାକେଟ ଚାଲିଛି।

ଲକ୍ଷ ଲକ୍ଷ ଟଙ୍କା ଲୁଟ ହେଉଛି। ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ଯୋଜନା ରେ ତିନି ହଜାର କୋଟି ଟଙ୍କା ର ବ୍ୟୟବରାଦ ହୋଇଛି। ଆୟୁଷ୍ମାନ ଭାରତ ଯୋଜନା କାହିଁକି ଲାଗୁ ହେଉନି ବୋଲି ପ୍ରଶ୍ନ କରିଥିଲେ।ସିଏଚସି ରେ ସ୍ପେଶିଆଲିଷ୍ଟ ଡାକ୍ତର ଅଭାବ,ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ସିଏଚସି। ବିଭିନ୍ନ ସରକାରୀ ଡାକ୍ତରଖାନାରେ ଆଇସିୟୁ ଅଭାବ କାରଣରୁ ବେସରକାରୀ ଡାକ୍ତରଖାନାକୁ ରେଫର କରାଯାଉଛି। ସ୍ବାସ୍ଥ୍ୟ ମନ୍ତ୍ରୀ ଗୃହ ରେ ଉତ୍ତର ରଖି କହିଥିଲେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବାକୁ ସରକାର ଗୁରୁତ୍ବ ଦେଉଛନ୍ତି।

ଓଡ଼ିଶା ସରକାର ସ୍ବାସ୍ଥ୍ୟ ସେବା ପାଇଁ ସର୍ବଭାରତୀୟ ସ୍ତରରେ ଆଦୃତ ହୋଇଛି। ସ୍ବାସ୍ଥ୍ୟ ବଜେଟ୍ ର୩୦ପ୍ରତିଶତ ମେଡିସିନ ବାବଦରେ ଖର୍ଚ୍ଚ ହେଉଛି।ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ରେ ରାଜ୍ୟ ସରକାର ୯୬.୫ଲଖ୍ୟ ପରିବାର ଲାଭବାନ ହେଉଛନ୍ତି। ୮ଲଖ୍ୟ୨୫ହଜାର ୩୪୨ ଥର ହିତାଧିକାରୀ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ବାବଦରେ ୧୪୪୩.୭୮କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରୀ ଚିକିତ୍ସାଳୟ ଉନ୍ନତି ପାଇଁ ଆମ ହସ୍ପିଟାଲ ଯୋଜନା ଆରମ୍ଭ ହୋଇଛି। ୯ମାସ ମଧ୍ୟରେ ୧୪୭ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ରୁପାନ୍ତରଣ ହେବ।ଆୟୁସ କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏବେ ରାଜ୍ୟ ରେ ୨୧୨୫, ମେଡିକାଲ ସିଟ୍ ଥିବାବେଳେ ଆସନ୍ତା ବର୍ଷ ୨୫ଶହକୁ ବୃଦ୍ଧି କରାଯିବ। ଚଳିତ ବର୍ଷ ୨୭୪ଟି ଆସିଷ୍ଟାଣ୍ଡ ପ୍ରଫେସର ପଦ ପୁରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି।