ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ତେଣୁ ସୁରକ୍ଷା ବଳୟ ଭିତରେ ବିଧାନସଭା । ଏନେଇ ଡ଼ିଜି, ସିପି, ଡିସିପି ଏବଂ ବରିଷ୍ଠ ଅଧିକାରୀ ମାନେ ବିଧାନସଭା ପରିସରରେ ସ୍ଥିତି ଯାଞ୍ଚ କରିଛନ୍ତି । ସୁରକ୍ଷା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ଵାବଧନରେ ରହିବ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ଲାଗି ୩୦ ପ୍ଲାଟୁନ ପୋଲସ ଫୋର୍ସ ମୁତୟନ ହେବେ । ୬ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭାଇଜ କରିବେ । ୧୦୦ ରୁ ଉର୍ଦ୍ଧ ପୋଲିସ କର୍ମଚାରୀ ମୁତୟନ କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ୬ ଅତିରିକ୍ତ ଡିସିପି, ୧୯ ଜଣ ଏସିପି, ୨୦ ଇନିସ୍ପେକ୍ଟର, ୭୫ ଜଣ ଏସଆଇ, ରୁଫ ଟପ ସୁରକ୍ଷା ସହ ସିସିଟିଭିର କଡ଼ା ନଜରରେ ବିଧାନସଭା । ବିକ୍ଷୋଭ, ଆନ୍ଦୋଳନ, ରାଲି, ଧାରଣା ଆଦି ନିୟନ୍ତ୍ରଣ ପାଇଁ ୫ଟି କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ଷ୍ଟ୍ରାଇକିଙ୍ଗ ଫୋର୍ସ, କୁଇକ ରେସ୍ପନ୍ସ ଟିମ, ସ୍ପେଶାଲ ଟାଇଟିକାଲ ୟୁନିଟ ମଧ୍ୟ ରହିବେ ।