୮ଦେଶର ପ୍ରତିନିଧିଙ୍କୁ ଓଡ଼ିଶାର ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ ଶାସନ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଲେ ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ
ଭୁବନେଶ୍ୱର: ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧି ମାନେ ଓଡିଶା ବିଧାନସଭା ପରିଦର୍ଶନ କରିଛନ୍ତି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ପ୍ରତିନିଧୀମାନେ ବିଧାନସଭା ବୁଲି ଦେଖିଛନ୍ତି । ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓଡ଼ିଶାର ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ ଶାସନ ବ୍ୟବସ୍ଥା ସମ୍ପର୍କରେ ପ୍ରତିନିଧି ଦଳକୁ ବୁଝାଇଛନ୍ତି । ଏହି ବୈଠକ ବିଧାନ ସଭାର ନୂତନ ସମ୍ମିଳନୀ କକ୍ଷରେ ହୋଇଥିଲା । ଆଜାଦୀ କା ଅମୃତ ମହୋତ୍ସବର ଅଂଶ ବିଶେଷ ଭାବେ ଦ ଜେନ୍-ନେକ୍ସଟ ଡେମୋକ୍ରେସି ନେଟଓ୍ବାର୍କ ପ୍ରୋଗ୍ରାମ୍ ନାମରେ ନାମିତ ଏହି କାର୍ୟ୍ୟକ୍ରମଟିକୁ ଇଣ୍ଡିଆନ୍ କାଉନସିଲ ଫର୍ କଲଚରାଲ୍ ରିସର୍ଚ୍ଚ ପକ୍ଷରୁ ଆୟୋଜନ କରାଯାଇଛି । ପର୍ତ୍ତୁଗାଲ୍, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ୍, ବେଲଜିୟମ୍ ଏବଂ ବୁଲଗେରିଆର ଦେଶର ପ୍ରତିନିଧି ଏଥିରେ ସାମଲ ଅଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରତିନିଧୀ ଦଳ ସାକ୍ଷାତ କରିବାର କାର୍ୟ୍ୟକ୍ରମ ରହିଛି ।