ସୁବର୍ଣ୍ଣପୁର,ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମର ବଶିଷ୍ଠ ମଲ୍ଲିକଙ୍କ ଗତ ୫ରେ ଝାରସୁଗୁଡା ଜିଲ୍ଲା ବଡ଼ମାଳ ଛକରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଯୁବକ ଜଣକ ଏକ ଘରୋଇ କମ୍ପାନୀରେ ଅଗ୍ନିଶମ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଓଡ଼ିଶା ଫାୟାର ଆଣ୍ଡ ସିକୁରିଟି ଏଫ୍ଲୋଇଜ ୱେଲଫେଆର ଆସୋସିଏସନର କର୍ମକର୍ତ୍ତ ବର୍ଷା ବଶିଷ୍ଠଙ୍କ ଲୁତୁରପଙ୍କ ସ୍ଥିତ ବାସଭବନକୁ ଯାଇଥିଲେ । ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ୨୯ ହଜାର ୫ ଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସାଗର ଆର୍ଥିକ ସହାୟତା ପ୍ରଦାନ ସମୟରେ ରାଜ୍ୟ ସଂଘର ସଭାପତି ଜିତେନ୍ଦ୍ର ପୃଷ୍ଟିଙ୍କ ସମେତ କର୍ମକର୍ତ୍ତା ସାହ ସାହୁ, ଶରତ ବିଶ୍ଵାଳ, ଜ୍ଯୋତିରଞ୍ଜନ ନାଏକ, କାହ୍ନୁଚରଣ ବିଶୋଇ, ଦିବ୍ୟ ମେହେର, ରଞ୍ଜିତ ମହାରଣା ତଥା ଗ୍ରାମର ସୁଶିଲ ପ୍ରଧାନ, ଆଶିଷ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।