୫୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ଆସିଷ୍ଟାଣ୍ଡ ଇଞ୍ଜିନିୟର ନିବେଦିତା ମହାନ୍ତି

0

ଭୁବନେଶ୍ୱର: ଗିରଫ ହେଲେ ନିବେଦିତା ମ୍ୟାଡାମ ।ଜଟଣୀ ସରକାରୀ ଜନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥଲେ ନିବେଦିତା ।
ସୂଚନା ଅନୁଯାୟୀ, ପୁରୁଣା ବିଲ ପାସ କରି ଦେବା ପାଇଁ ଖଣ୍ଡଗିରି ଠାରେ ଥିବା ନିଜ ଘରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ । ଏହାପରେ ଖଣ୍ଡଗିରି ସ୍ଥତ ବାସଭବନ ଓ ଅଫିସରେ ରେଡ କରିଥିଲା ଭିଜିଲାନ୍ସ ଟିମ । ଏହା ପରେ ଏବେ ଆସିଷ୍ଟାଣ୍ଡ ଇଞ୍ଜିନିୟର ନିବେଦିତା ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।