୭୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ହେଲା ସହାୟତା ଉପକରଣ

0

ରାଇରଙ୍ଗପୁର – ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗୋଷ୍ଠୀ କାର୍ୟ୍ୟାଳୟ ଆନୁକୁଲ୍ୟରେ ବିଇଓ ସମ୍ମିଳନୀ କକ୍ଷରେ ଆଜି ୫ ଟି ବ୍ଳକ ତଥା ରାଇରଙ୍ଗପୁର,ବିଜାତଳା,ଯାମଦା,ତିରିଂ,ବହଳଦା ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଅଧିନସ୍ଥ ବିଭିନ୍ନ ସ୍କୁଲର ସରକାରଙ୍କ ଦ୍ବାରା ପୂର୍ବ ଚିହ୍ନଟ ୭୦ ଜଣ ଦିଵ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କୁ ରାଇରଙ୍ଗପୁର ଭାରାପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଜ୍ଞେଶ୍ଵର ଜେନା ବିଭିନ୍ନ ସହାୟତା ଉପକରଣ ବଣ୍ଟନ କରିଛନ୍ତି । ଯଥା ଟ୍ରାଇ ସାଇକେଲ,ଆଶା ବାଡି,ଶ୍ରବଣ ଯନ୍ତ୍ର ଇତ୍ୟାଦି ବଣ୍ଟନ କରିଛନ୍ତି ।ସେହି ଛାତ୍ରଛାତ୍ରୀ ମାନଙ୍କୁ ଯିବା,ଆସିବା,ଖାଇବା ନିଃଶୁଳ୍କ ଶିକ୍ଷା ପ୍ରଶାସନ ତରଫରୁ ଦିଆଯାଇଛି ।ବିଇଓ ଶ୍ରୀ ଯଜ୍ଞେଶ୍ଵର ଜେନା କହିଥିଲେ ଦିଵ୍ୟାଙ୍ଗ ମାନେ ନିଜର ଇଛାଶକ୍ତି କୁ ସୁଦୃଢ କରିବା ଉଚିତ । କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ପାଇଁ ବିଭିନ୍ନ ଯୋଜନା ଓ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେମାନଙ୍କୁ ସଶକ୍ତ କରି ଜାତୀୟ ସ୍ରୋତରେ ଯେମିତି ସାମିଲ ହୁଅନ୍ତି ।ସେମାନେ ନିଜକୁ ଏକୁଟିଆ ଭାବନ୍ତୁ ନାହିଁ । ସେମାନଙ୍କ , ଶିକ୍ଷା, ଗୃହ,ରେସନ, ବୈଷୟିକ ଜ୍ଞାନ, ଭତ୍ତା, ନିଯୁକ୍ତି ସବୁକିଛି ବ୍ୟବସ୍ଥା କରିଛନ୍ତି । ସେମାନେ ଯେଭଳି ପରିବାରର ଓ ସମାଜର ବୋଝ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବା ଉଚିତ । କାର୍ୟ୍ୟକ୍ରମରେ ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ,ଏବିଇଓ ହେମ ମାଝୀ,ସିଆରସିସି , ରାଇରଙ୍ଗପୁର ଗୋଷ୍ଠୀ ସମ୍ବଳ ସଂଯୋଜକ ମହେଶ ମହାପାତ୍ର,ସାଗରିକା ପଣ୍ଡା ,ଵହଳଦାର ଶୁଶାନ୍ତ ଶେଣ୍ଢ ,ତିରିଂର କିଶୋର ସାହୁ,ଯାମଦା ର ସତ୍ୟବାନ୍ ଗିରି,ଵିଜାତଳାର ପ୍ରଶାନ୍ତ ଦାସ ଵିଆରଟି ପ୍ରମୁଖ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।