ବଡ଼ଚଣା / ବେଦପ୍ରକାଶ ନାୟକ : ଘରର ଝରକା ଭାଙ୍ଗି ଚୋରି କରିନେଲେ ଦୃର୍ବୁତ୍ତ । ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ଚୂଆ ପଡ଼ିଆ ନିକଟସ୍ଥ ନାରାୟଣ ମହାପାତ୍ରଙ୍କ ଘରେ ଘଟିଛି ଏଭଳି ଘଟଣା । ସୂଚନା ଅନୁଯାୟୀ, ଭଡା ରହୁଥିବା ବିକାଶ ମହାପାତ୍ରଙ୍କ ଘରୁ ଗତ କାଲି ରାତ୍ର ପ୍ରାୟ ୨ଟା ସମୟରେ ଦୃର୍ବୁତ୍ତ ମାନେ ଝରକା ତାଡ଼ି ଚୋରୀ କରିଛନ୍ତି।ବିକାଶ ମହାପାତ୍ର ଘରେ ନଥିବା ଅବସ୍ତାରେ ଦୃର୍ବୁତ୍ତ ମାନେ ୫ଭରି ସୁନା ଓ ନଗଦ ୨ଲକ୍ଷ ୭୦ହଜାରେ ଟଙ୍କା ଚୋରି ହୋଇଥିବା ଯାହା ପ୍ରଥମିକ ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ର ଘରକୁ ଫେରିବା ପରେ ଜାଣିବାକୁ ପାଇଥିଲେ ଏବଂ ତୁରନ୍ତ ଥାନାକୁ ଖବର ଜଣାଇଥିଲେ। ଏନେଇ ଘଟଣା ସ୍ଥଳରେ ବୈରୀ ଥାନା ଅଧିକାରୀ ଶରତ କୁମାର ନାୟକ ଓ ଛତିଆ ଫାଣ୍ଡି ଅଧିକାରୀ ପ୍ରମୁଖ ରାତିରେ ପହଞ୍ଚି ସମସ୍ତ ସତ୍ୟ ଅନୁସନ୍ଧ କରିଥିଲେ। ପରେ ସକାଳୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧନୀ କୁକୁର ଆସି ଘଟଣା ସ୍ଥଳ ଅନୁସନ୍ଧାନ କରିବା ସହ କୁକୁର କିଛି ବାଟ ଗଲା ପରେ ଫେରି ଆସିଥିଲେ। ବୈରୀ ଥାନା ପକ୍ଷରୁ ୧୮୦/୨୪ ଏକ ମାମଲା ରୁଜୁ କରି ଫାଣ୍ଡି ଅଧିକାରୀ ମହେନ୍ଦ୍ର କୁମାର ସେଠୀ ଙ୍କୁ ଏହର ତଦନ୍ତ ଭାର ଦିଆଯାଇଛି।