ଭତ୍ତା ବଣ୍ଟନ ମେଳାରେ ବିଧାୟିକାଙ୍କ ପୁଅଙ୍କ ବିରାଟ ଫଟୋ ରଖି ପ୍ରଚାର ବିରୋଧରେ ପାଟକୁରା ଥାନାରେ ଏତଲା

0

ପାଟକୁରା : ଭତ୍ତା ବଣ୍ଟନ ମେଳାରେ ବିଧାୟିକାଙ୍କ ପୁଅଙ୍କ ବିରାଟ ଫଟୋ ରଖି ପ୍ରଚାର ବିରୋଧରେ ଆଜି ପାଟକୁରା ଥାନାରେ ଏତଲା | ସରକାରୀ ଟଙ୍କାରେ ବିଧାୟିକାଙ୍କ ପୁଅଙ୍କ ପାଇଁ ପ୍ରଚାର | କୌଣସି ସରକାରୀ ପଦବୀରେ ନାହାନ୍ତି, କିନ୍ତୁ ସରକାରୀ କାର୍ଯ୍ୟକ୍ରମ ବ୍ୟାନରରେ ସଞ୍ଜୟ ଆଗ୍ରୱାଲଙ୍କ ଫଟୋ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ା |

ମାର୍ଶାଘାଇ ବ୍ଲକର ୭ ପଞ୍ଚାୟତ ପାଇଁ ମେହେନ୍ଦିନଗର ପଞ୍ଚାୟତ କାର୍ଯ୍ୟାଳୟରେ ଗତ ୧୭ ଅଗଷ୍ଟ (ଗୁରୁବାର) ଦିନ ଭତ୍ତା ବଣ୍ଟନ ମେଳାରେ ଭ୍ରଷ୍ଟାଚାର ହୋଇ ଏଭଳି ସରକାରୀ ଟଙ୍କାରେ ପରିବାରବାଦ ରାଜନୀତିର ପ୍ରଦର୍ଶନହୋଇଥିବା ସେ କହିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭତ୍ତା ବଣ୍ଟନ ମେଳା ଏକ ସରକାରୀ କାର୍ଯ୍ୟକ୍ରମ ନା ଏକ ବ୍ୟକ୍ତିଗତ ପାରିବାରିକ କାର୍ଯ୍ୟକ୍ରମ ନା ବିଜୁ ଜନତା ଦଳର କାର୍ଯ୍ୟକ୍ରମ ?

ଯଦି ଏହା ସରକାରୀ ଅର୍ଥରେ ହେଉଛି ଓ ସରକାରୀ ଅଧିକାରୀ ଯଥା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ରହୁଛନ୍ତି , ତା ହେଲେ ଏଇଟା ନିଶ୍ଚୟ ସରକାରୀ କାର୍ଯ୍ୟକ୍ରମ | ପାଟକୁରା ବିଧାୟିକା ସାବିତ୍ରୀ ଆଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କ ବିରାଟ ଫଟୋ ସରକାରୀ ବ୍ୟାନର ରେ କାହିଁକି ଲାଗିଛି ? ପ୍ରଶାସନ ଓ ସରକାର ଉତ୍ତର ରଖନ୍ତୁ ବୋଲି ସେ କହିଛନ୍ତି |

ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ପ୍ରସନ୍ନ ପଣ୍ଡା, ରମାକାନ୍ତ ନାଥ, ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଚିତ୍ତରଞ୍ଜନ ଚୌଧୁରୀ ଓ ବିଜୟ କୁମାର ନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀକାନ୍ତ ସେନାପତି, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ଉପସଭାପତି ଭରତ ମଲ୍ଲିକ, ବରିଷ୍ଠ ନେତା ଗଗନ ମିଶ୍ର, ପବିତ୍ର ମୋହନ ସାହୁ, ନିରଞ୍ଜନ ଶତପଥୀ, ହିରଣ୍ୟ ପଣ୍ଡା, ଦେବେନ୍ଦ୍ର ନାୟକ, ରାଜକିଶୋର ମିଶ୍ର, ପ୍ରତାପ ବାରିକ, ପ୍ରତିନିଧି ମଲ୍ଲିକ, ବିଜୟ ବେହେରା, ଧନେଶ୍ୱର ମୁଦୁଲି, ଉଦୟଭାନୁ ମହାରଣା, ଜେତେନ୍ଦ୍ର ନାଥ, ଅନିରୁଦ୍ଧ ନାୟକ, କୃପାସିନ୍ଧୁ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ |