କେଉଁ ବୟସରେ ଚିନ୍ତା କରିବା କ୍ଷମତା ଅଧିକ?

0

ନୂଆଦିଲ୍ଲୀ : କେଉଁ ବୟସରେ ଚିନ୍ତା କରିବା କ୍ଷମତା ଅଧିକ? ବୟସ ବଢ଼ିବା ସହ ମଣିଷ ମାନସିକ ଓ ଶାରୀରିକ ଭାବେ ଦୁର୍ବଳ ହେବା ଆରମ୍ଭ କରିଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ବୈଜ୍ଞାନିକମାନେ ତାକୁ ଭୁଲ ବୋଲି କହିଛନ୍ତି । ସେମାନଙ୍କ କହିବାନୁସାରେ କିଶୋରାବସ୍ଥାରେ ଶରୀରରେ ଖୁବ ଶକ୍ତି ରହିଥାଏ । ତାହା ବୟସ୍କ ବ୍ୟକ୍ତିଙ୍କ ପାଖରେ ନଥାଇପାରେ । କିନ୍ତୁ ବୟସ୍କ ବ୍ୟକ୍ତିଙ୍କ ନିକଟରେ ସବୁଠୁ ଭଲ ଶବ୍ଦାବଳୀ, ରଚନାତ୍ମକତା ଓ ସମସ୍ୟା ସମଧାନ କରିବାର ସବୁଠାରୁ ଭଲ ଚିନ୍ତାଧାରା ରହିଥାଏ । ସେହିଭଳି ୨୫ ବର୍ଷ ବୟସ୍କଙ୍କ ଚିନ୍ତା କରିବା କ୍ଷମତା ଅଧିକ ରହିଥାଏ । ୫୦ ବର୍ଷ ବୟସ୍କରେ କ୍ରିଟିକାଲ ଆନାଲିସିସ୍‌ କରିବା ସବୁଠାରୁ ଭଲ ହୋଇଥାଏ ।

ହାର୍ଭାର୍ଡ ଓ ବୋଷ୍ଟନ ବିଶ୍ୱବିଦ୍ୟାଳୟର କିଛି ବୈଜ୍ଞାନିକ ତଥା ଗବେଷକ ଦୀର୍ଘଦିନ ଧରି ଗବେଷଣା କରିବା ପରେ ଏକଥା ଜାଣିବାକୁ ପାଇଛନ୍ତି । ଆମ ଶରୀର ଆରମ୍ଭରୁ ସେହି କାର୍ଯ୍ୟ କରିବା ଲାଗି ଶ୍ରେଷ୍ଠ ହୋଇଥାଏ ଯେଉଁଥିରେ ଅଧିକ ଶକ୍ତି ଆବଶ୍ୟକ ପଡେ । ନାଚକୁଦ, ଦୌଡ, ଖେଳ ଆଦି ସେହି ସମୟରେ କରିବାକୁ ଭଲ ଲାଗେ । ଏସବୁ କ୍ଷେତ୍ରରେ ମାଂସପେଶୀର ବଡ ଭୂମିକା ରହିଛି । କିନ୍ତୁ ବୟସ ବଢ଼ିବା ସହ ମାଂସପେଶୀ ଦୁର୍ବଳ ହୁଏ ।