ଓଡ଼ିଶାରେ କେବଳ ନବୀନ ମଡେଲ ହିଁ କାମ କରିଛି : ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ

0

୨୦୦୦ ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ କେଉଁ ମଡେଲ କାମ କରିନି । ଓଡ଼ିଶାରେ କେବଳ ନବୀନ ମଡେଲ ହିଁ କାମ କରିଛି । ଆଗାମୀ ଦିନରେ ବି କରିବ । ନବୀନ ମଡେଲ ହେଉଛି ବିକାଶର ମଡେଲ । ଦିଲ୍ଲୀ ଠୁ ନେଇ ଦୌଲତାବାଦ ଯାଏଁ ଓଡ଼ିଶାର ମଡେଲ କୁ ସବୁ ଅନୁକରଣ କରିଛନ୍ତି । ସବୁ ରାଜ୍ୟ ବି ଓଡିଶାକୁ ପ୍ରଶଂସା କରିଛନ୍ତି । ନବୀନ ମଡେଲକୁ କେହି ବି ଛୁଇଁ ପାରିବେନି । କେଉଁଠି କିଏ ଜିତିଲେ ଓଡ଼ିଶା ଉପରେ ତାର ପ୍ରଭାବ ପଡ଼ିବ ନାହିଁ । କାହାର କିଛି ବି ପ୍ରଭାବ ପଡିବନି।

କୌଣସି ଯୋଜନାରେ ଓଡିଶା କେବେ ବାଧକ ହୋଇନି । ଆମର ବିକାଶର ଧାରା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଛି । ଓଡ଼ିଶାରେ ବିଜୁ ଜନତା ଦଳର ସରକାର ଲୋକଙ୍କ ବିକାଶ ପାଇଁ କାମ କରୁଛି । ଯେତେ ମନ୍ତ୍ରୀ ଆସିଛନ୍ତି ଯେତେ ଟିମ ଆସିଛନ୍ତି ଆମକୁ ପ୍ରଶଂସା କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ କେମିତି ଓଡ଼ିଶାରେ କେମିତି କାମ କରୁଛି ତାହା ଅନ୍ୟ ରାଜ୍ୟରୁ ଲୋକ ଆସୁଛନ୍ତି ଦେଖିବା ପାଇଁ । ମୁକ୍ତା ଯୋଜନାକୁ କେରଳ ଭଳି ରାଜ୍ୟ ନେବା ପାଇଁ ଆଗ୍ରହୀ । ତେଣୁ ଆମେ କୌଣସି ଯୋଜନାରେ ବାଧକ ସାଜିନୁ ବରଂ ଲୋକଙ୍କ ବିକାଶ ପାଇଁ କାମ କରୁଛୁ ।