୧୦ ବର୍ଷର ପୁଅକୁ ମୃତ୍ୟୁ ଦଣ୍ଡ ଦେଲା ସୈତାନ ବାପା…

0

ବର୍ଷାରେ ଭିଜିଲା ବୋଲି ୧୦ ବର୍ଷର ପୁଅକୁ ମୃତ୍ୟୁ ଦଣ୍ଡ ଦେଲା ସୈତାନ ବାପା । ଦିଲ୍ଲୀ ସାଗରପୁର ଅଞ୍ଚଳରୁ ଏପରି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପିଲାଟି ବର୍ଷାରେ ଖେଳିବାକୁ ବାହାରକୁ ଯିବାକୁ ଜିଦ୍ ଧରିଥିଲା। ବାପା ମନା କରିଥିଲେ, କିନ୍ତୁ ପିଲାଟି ଜିଦ୍ ଧରି ଚାଲିଥିଲା। ଏହି ସମୟରେ ବାପା ରାଗିଯାଇ ରୋଷେଇ ଘରେ ରଖାଯାଇଥିବା ଏକ ଛୁରୀ ଉଠାଇ ପୁଅର ଛାତିରେ ଛୁରି ଭୁସି ଦେଇଥିଲେ। ଘଟଣା ପରେ ତୁରନ୍ତ ବାପା ପିଲାଟିକୁ ଡାକ୍ତରଖାନା ନେଇଯାଇଥିଲେ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପାଙ୍କୁ ଗିରଫ କରି ହତ୍ୟା ଅଭିଯୋଗରେ ମାମଲା ରୁଜୁ କରିଛି। ମୃତ ଶିଶୁଟି ତାଙ୍କ ବାପା ଏ.ରୟ (୪୦ ବର୍ଷ) ଏବଂ ଅନ୍ୟ ତିନି ଭାଇଙ୍କ ସହିତ ସାଗରପୁରର ମୋହନ ବ୍ଲକରେ ଏକ ଭଡା ଘରେ ରହୁଥିଲା। କୁହାଯାଉଛି ଯେ ଶିଶୁଟିର ମାଆ କିଛି ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ। ମୃତ ଶିଶୁଟି ଚାରି ପିଲାଙ୍କ ମଧ୍ୟରୁ ତୃତୀୟ ଥିଲା। ଏହି ଘଟଣା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ସ୍ଥାନୀୟ ଲୋକ ଏବଂ ପଡ଼ୋଶୀମାନେ କହିଛନ୍ତି ଯେ ଅଭିଯୁକ୍ତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିଲା ଏବଂ ପ୍ରାୟତଃ ମାନସିକ ଚାପରେ ରହୁଥିଲା।