ଦାୟିତ୍ୱ ନେଲେ ଆତିଶୀ; ଆଜି ମୋ ମନରେ ସେହି ଭଳି ଯନ୍ତ୍ରଣା ଅଛି, ଯାହା ଭରତଙ୍କ ଥିଲା

0

ରିପୋର୍ଟର୍ସ ଟୁଡେ; ଦିଲ୍ଲୀ ପାଇଲା ମୁଖ୍ୟମନ୍ତ୍ରୀ । ଆଜି ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ ମାର୍ଲେନା । ମୁଖ୍ୟମନ୍ତ୍ରୀ ଭାବେ ସଚିବାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି । ଅରବିନ୍ଦ କେଜ୍ରିୱାଲଙ୍କ ଚେୟାରକୁ ତାଙ୍କ ଚେୟାର ଲାଗିକି ପଡିଛି । ଅରବିନ୍ଦ କେଜରିୱାଲଙ୍କ ଚେୟାର ପାର୍ଶ୍ୱରେ ଅନ୍ୟ ଏକ ଚୌକିରେ ବସି ଆତିଶୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି।ଏହି ସମୟରେ ଆତିଶୀ କହିଛନ୍ତି, ଆଜି ମୋ ମନରେ ସେହି ଭଳି ଯନ୍ତ୍ରଣା ଅଛି, ଯାହା ଭରତଙ୍କ ଥିଲା। ଯେଉଁଭଳି ଭାବରେ ଭରତ ସିଂହାସନରେ ଭଗବାନ ରାମଙ୍କ କଠଉ ରଖି ରାଜ୍ୟଭାର ସମ୍ଭାଳିଥିଲେ। ସେହିପରି ମୁଁ ମଧ୍ୟ ଆସନ୍ତା ୪ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବି।