(ଟୁକୁନା ଖରା)ନବରଙ୍ଗପୁର: ଏଟିଏମରେ ଗାଈ ଗୋରୁ ଙ୍କ ଭିଡ଼।ଏମିତି ଏକ ଦୃଶ୍ୟ ନବରଙ୍ଗପୁର ସହର ମଧ୍ୟରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କ ଏଟିଏମ୍ କାଉଣ୍ଟରରେ ଦେଖିବାକୁ ମିଳିଛି । ଏଟିଏମ୍ କାଉଣ୍ଟର ଭିତରେରେ ସବୁବେଳେ ଗାଈ ଗୋରୁ ପଶି ଗୋବର ଆଦି ତ୍ୟାଗ କରୁଥିବା ଯୋଗୁଁ ଅପରିଷ୍କାର ହେଉଛି। ଫଳରେ ଏଟିଏମ୍ ରେ ଟଙ୍କା ଉଠାଇବାକୁ ଯାଉଥିବା ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ସବୁ ଜାଣିଶୁଣି ମଧ୍ୟ ଏଥି ପ୍ରତି କୈଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ଏଟିଏମ୍ କାଉଣ୍ଟର ଏତେ ଅପରିଷ୍କାର ହେଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଜନ ଅସନ୍ତୋଷ ଦେଖାଦେଇଛି।ତେଣୁ ବ୍ୟାଙ୍କ କତ୍ତୃପକ୍ଷ ଏଟିଏମ୍ କାଉଣ୍ଟରର ଅପରିଷ୍କାର ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।ଅନ୍ୟପଟେ ପୂର୍ବରୁ ନବରଙ୍ଗପୁର ପୌର କାର୍ୟ୍ୟାଳୟ କର୍ମଚାରୀ ମାନେ ଗାଈ ଗୋରୁଙ୍କୁ ସହରରୁ ଘଡାଇବା କାର୍ୟ୍ୟ କରୁଥିଲେ କିନ୍ତୁ ବର୍ତ୍ତମାନ ତାହା ବନ୍ଦ ରହିଛି।ତେବେ ବର୍ତ୍ତମାନ ପୂର୍ବ ଭଳି ପୌର କାର୍ୟ୍ୟାଳୟ କର୍ମଚାରୀ ମାନେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।