ପିସିଆରର ତତ୍ପରତା ପାଇଁ ଏଟିଏମ ଲୁଟେରାର ଲୁଟ୍ ହେଲା ବିଫଳ

0

(ଆଦର୍ଶ ରାଉତ): ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ଠାରେ ଥିବା ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ କରୁଥିବା ବେଳେ ବିଫଳ ହେଲା ଲୁଟେରା ।

କାଲି ତିତଲିର ଭୟରେ ସୁନସାନ ହୋଇଯାଇଥିଲା ଗଣ୍ଡମୁଣ୍ଡା ଅଚଂଳ, ସନ୍ଧ୍ୟାରୁ ତିତଲିର ଖବର ପାଇ ଗଣ୍ଡମୁଣ୍ଡା ଅଚଂଳର ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ହୋଇଯାଇଥିଲା । ଆଉ ବାତ୍ୟାକୁ ଆଖି ଆଗରେ ରଖି ବିଦ୍୍ୟୁତ ମଧ୍ୟ କାଟ୍ ହୋଇଥିଲା । ରାତି ଯେତେ ବଢିବାକୁ ଲାଗିଥିଲା ପବନ ମଧ୍ୟ ସେତେ ଯୋରସେ ବଢିବାକୁ ଲାଗିଥିଲା ତାସାଙ୍ଗକୁ ଜନଶୂନ୍ୟ ହୋଇଯାଉଥିଲା ଗଣ୍ଡମୁଣ୍ଡା ରାସ୍ତା । ଏହାର ସୁଯୋଗ ନେଇଥିଲା ଏଟିଏମ ଲୁଟେରା, ଏସବିଆଇ ବ୍ୟାଙ୍କ ଏଟିଏମ ଲୁଟ୍ କରିବା ପାଇଁ ପସିଥିଲା ଏଟିଏମ ଭିତରେ କିନ୍ତୁ ଭାଗ୍ୟର ବିଡମ୍ବନା ଗତକାଲି ରାତିରେ ସଜାଗ ଥିଲା ପିସିଆର ଭ୍ୟାନ ସବୁ ଛକରେ ଚାଲିଥିଲା ପେଟ୍ରୋଲିଙ୍ଗ ଠିକ୍ ସମୟରେ ଆସି ପହଚିଗଲା ଏଟିଏମ ପାଖରେ, ପିସିଆର ଭ୍ୟାନକୁ ଦେଖି ଚମ୍ପଟ ମାରିଥିଲା ଲୁଟେରା । ପରେ ଖଣ୍ଡଗିରି ପୋଲିସ ଏକ ମାମଲା ରୁଜୁ କରି ସିସି ଟିଭି ଫୁଟେଜ ଜାଚଂ କରି ଲୁଟେରାର ଠିକଣା ଖୋଜିବାରେ ଲାଗିଛି ।