ଏଟିଏମ ଲୁଟ ବେଳେ ଧରାପଡ଼ିଲେ

0

(ରିପୋଟର୍ସ ଟୁଡ଼େ) ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ଅନ୍ତର୍ଗତ ମାଳଦାରେ ଗତକାଲି ରାତିରେ ମାଳଦା ବଜାରରେ ଥିବା ଏକ ଏସବିଆଇ ଏଟିଏମକୁ ଜଣେ ଲୁଟେରା ଭାଙ୍ଗିବା ସହ ଲୁଟ ପାଇଁ ଉଦ୍ୟମ କରୁଥିଲା ।ତେବେ ଏହା ଲୋକଙ୍କ ନଜରରେ ପଡ଼ିଯିବାରୁ ସେଠାରୁ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା ।ହେଲେ ସ୍ଥାନୀୟ ଲୋକେ ତାକୁ କରି ନିଧୂର୍ମ ପିଟିଥିଲେ ।
ଏନେଇ ଭଣ୍ଡାରୀ ପୋଖରୀ ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଆହତ ଲୁଟେରାକୁ ଉଦ୍ଧାର କରିଥିଲା । ଏଥିସହ ଏଟିଏମ ଠାରୁ କିଛି ଦୁରରେ ଅପେକ୍ଷା କରିଥିବା କାରକୁ ମଧ୍ୟ ଜବତ କରାଯାଇଛି । କାର ଡ଼୍ରାଇଭରଙ୍କୁ ପୁଲିସ ଅଟକ ରଖିଛି ।