ଏଟିଏମ ଭାଙ୍ଗି ଲୁଟିଲେ ଦୁବୃର୍ତ୍ତ

0

(ପ୍ରିୟଦର୍ଶନୀ ସ୍ୱାଇଁ): ବାଲେଶ୍ୱରରେ ଏଟିଏମ ଲୁଟ । ସୋର ମାଣିପୁର ସେଣ୍ଟାଲ ବ୍ୟାଙ୍କରେ ଏଟିଏମ ଭାଙ୍ଗି ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି ଦୁବୃର୍ତ୍ତ । ତେବେ କେତେ ଟଙ୍କା ଲୁଟ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ବ୍ୟାଙ୍କ କର୍ମଚାରୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳ ମାଣିପୁର ସେଣ୍ଟାଲ ବ୍ୟାଙ୍କ ନିକଟରେ ଥିବା ଏଟିଏମ ଘରକୁ ଭାଙ୍ଗି ଦେଇଛନ୍ତି ଦୁବୃର୍ତ୍ତ । ପରେ ମେସିନକୁ ଭାଙ୍ଗି ଲୁଟେରା ଟଙ୍କା ନେଇ ଫେରାର ହୋଇଯାଇଥିଲା । ସକାଳ ସମୟରେ ଖବର ଜଣାପଡ଼ିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଏଟିଏମରେ ରହୁଥିବା ସିକ୍ୟୁରିଟି ଗାର୍ଡ଼ କଣ କରୁଥିଲେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।