ଏଟିଏମ ଲୁଟ ଘଟଣାରେ : ୬ ଅଭିଯୁକ୍ତ ଗିରଫ

0

ଭୁବନେଶ୍ୱର: ଓଲଡ ଟାଉନ ଲିଙ୍ଗରାଜ ଅଞ୍ଚଳର ଶ୍ରୀରାମନଗରରେ ଏସବିଆଇ ଏଟିଏମ ଲୁଟ ଘଟଣାର କମିସନରେଟ ପୋଲିସ ପର୍ଦ୍ଦାଫାଦ କରିଛି । ପୋଲିସ ୬ଜଣ ଲୁଟେରାଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଜାନୁଆରୀ ୨୪ ତାରିଖ ଭୋର ସମୟରେ ଶ୍ରୀ ଲିଙ୍ଗରାଜ ଥାନା ଅଧିନସ୍ଥ ଶ୍ରୀରାମ ନଗରରେ ଥିବା ଏକ ଏସବିଆଇ ଏଟିଏମରୁ କିଛି ଦୁର୍ବୃତ୍ତ ଚୋରି କରିଥିଲେ । ଅଭିଯୁକ୍ତମାନେ ନଗଦ ଟଙ୍କା ସହ ପୂରା ମେସିନକୁ ନେଇ ଯାଇଥିଲେ । ନଗଦ ଟଙ୍କା ସହିତ ଏଟିଏମ ଉପକରଣର ମୂଲ୍ୟକୁ ମିଶାଇ ବ୍ୟାଙ୍କର ପ୍ରାୟ ମୋଟ କ୍ଷତି ୨୩,୪୭,୭୦୦ଟଙ୍କା ହୋଇଥିବା କୁହାଯାଉଛି । ତେବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦାଖଲ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଛି ।