ଆନନ୍ଦପୁର / ବିଭୁତି ଭୂଷଣ ଜେନା : ସାମାନ୍ୟ କଥାକୁ ନେଇ ଭୁଜାଲି ରେ ଆକ୍ରମଣ କରି ଯୁବକ ଙ୍କ ଜୀବନ ନେଇଗଲା ଦାଦନ ଫେରନ୍ତା ଯୁବକ। ଆନନ୍ଦପୁର ଥାନା ଫକୀରପୁର ଗାଁରେ ଘଟିଛି ଅଘଟଣ। ଗାଁର ବିରାଟ ମଳିକ ଆଇସକ୍ରିମ ବେପାର କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆଜି ସନ୍ଧ୍ୟାରେ ଆଇସକ୍ରିମ ଫାକ୍ଟ୍ରି ରୁ ଘରକୁ ଫେରୁଥିବା ସମୟ ରେ ଗାଁର ସୁବାସ ମଳିକ କୁ ଥଟ୍ଟା ରେ କଣ ପଦିଏ କହିଦେଇଥିଲେ। ତେବେ ସୁବାସ ୭ ଦିନ ପୂର୍ବରୁ ବାଙ୍ଗାଲୋର ରୁ ଘରକୁ ଆସିବା ପରେ ସାଙ୍ଗରେ ଏକ ଭୁଜାଲି ନେଇ ଗାଁରେ ବୁଲୁଥିଲେ। ବିରାଟ ଙ୍କ କଥା ରେ ଉତକ୍ଷିପ୍ତ ହୋଇ ସୁବାସ ତାଙ୍କୁ ଭୁଜାଲି ରେ ଚୋଟ ଉପରେ ଚୋଟ ମାରିଚାଲିଥିଲା। ଗୁରୁତର ବିରାଟ ଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାକୁ ନେଇ ପରିବାର ତଥା ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ସୁବାସ କେଉଁଆଡେ ଫେରାର ହୋଇଯାଇଥିବା ସୂଚନା ମିଳିଛି।