(ପ୍ରିୟଦର୍ଶନୀ ସ୍ୱାଇଁ)ଭୁବନେଶ୍ୱର : ଲୋନ ନହେବାରୁ ବାପା, ମାଙ୍କୁ ମାଡ଼ ମାରିଲା ଜନ୍ମିତ ପୁଅ । ଏହା କୌଣସି ଅଧୁଷିତ ଅଞ୍ଚଳରେ ନୁହଁ ବରଂ ରାଜଧାନୀ ଭୁବନେଶ୍ୱରର ୟୁନିଟ୍ ୯ର , ପ୍ଲଟ ନମ୍ବର ୬୦୫ର ଘଟଣା । ଅଭିଯୁକ୍ତର ଜଣକ ହେଇଛି ଆକାଶ । ଏନେଇ ଖାରବେଳ ଥାନାରେ ଅଭିଯୋଗ କରିଛନ୍ତି ବାପା ଆଶିଷ ।
ସୂଚନା ଅନୁଯାୟୀ, ଆକାଶଙ୍କର ‘ଆକାଶ ଅପ୍ଟିକାଲ୍ସ’ ନାମରେ ଏକ ଚଷମା ଦୋକାନ ରହିଛି। ଏହାକୁ ବଡ଼ ଆକାରରେ କରିବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ତାଙ୍କ ବାପା ଆଶିଷଙ୍କର ଜଣେ ବ୍ୟାଙ୍କ୍ ମ୍ୟାନେଜର୍ ଚିହ୍ନା ଥିବାରୁ ଲୋନ୍ କରାଇ ଦେବାକୁ ଆକାଶ କହି ଆସୁଥିଲା। ହେଲେ ସମ୍ପୃକ୍ତ ମ୍ୟାନେଜର୍ଙ୍କ ବଦଳି ହୋଇଯାଇଥିବାରୁ ଏହି ଲୋନ୍ ସମ୍ଭବ ହୋଇନଥିଲା। ଏଣୁ ଆକାଶ ବାପାଙ୍କୁ ମାଡ଼ ମାରିଥିଲା। ପ୍ରତିବାଦ କରିବାରୁ ମା’ଙ୍କୁ ମଧ୍ୟ ମାଡ଼ ମାରିଥିଲା। ଏ ସଂପର୍କରେ ଆଶିଷ ଥାନାରେ ଅଭିଯୋଗ କରିଥିଲେ।