ହୋମଗାର୍ଡଙ୍କୁ ଆକ୍ରମଣ

0

(ମମତା ସାମଲ): ପୁରୀ ଜିଲ୍ଲା ବାସେଳୀ ଥାନା ଅନ୍ତର୍ଗତ ଗୋଖା ସାହିରେ କାର୍ଯ୍ୟରତ ହୋମଗାର୍ଡ ଗୁଣମଣି ରାଉତଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି । ଏହି ଆକ୍ରମଣ ପୁରୀ ଜିଲ୍ଲା ମଶାଣି ଚଣ୍ଡୀ ଛକରେ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁଯାୟୀ, ଗତ ଦୁଇ ଦିନ ତଳେ ବାସେଳୀ ଥାନା ଗୋଖା ସାହିରେ ଜମିଜମା ବିବାଦକୁ ନେଇ ବୋମାମାଡ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଥିଲା। ଅଘଟଣ ଆଶଙ୍କାରେ ପୁଲିସ ସେଠାରେ ପାଟ୍ରୋଲିଂ କରୁଥିଲା। ବୋମାମାଡରେ ସମ୍ପୃକ୍ତ ଥିବା ଦୁଇ ଜଣ ଯୁବକଙ୍କ ଉପରେ ସନ୍ଦେହ କରି ପୁଲିସ ସେମାନଙ୍କର ପିଛା କରିଥିଲା। ମାତ୍ର ସେମାନେ ଖସି ପଳାଇଥିଲେ। କିନ୍ତୁ ମଶାଣି ଚଣ୍ଡୀ ଛକରେ ମଙ୍ଗଳବାର ଭୋର ସମୟରେ ହୋମଗାର୍ଡ ଗୁଣମଣିଙ୍କୁ ଏକୁଟିଆ ଦେଖି ଦୁବୃର୍ତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି।